pakka

ସୁନୀଲ ସାହୁଙ୍କ ଇଂରାଜୀ କବିତା ଉଚ୍ଚ ପ୍ରଶଂସିତ

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପଶ୍ଚିମ ଓଡ଼ିଶାର ଉଦୀୟମାନ ଇଂରାଜୀ ସାଲିଫର ଯୁବକବି ସୁନୀଲ ସାହୁଙ୍କ ଇଂରାଜୀ କବିତା ନିଉ ବାର୍ଡ ହେଭେନ୍ସ ଆନ୍ତର୍ଜାତୀୟ କବିତା ଗ୍ରୁପର ହେଭେନ୍ସ ଉଇକଲି ଚଏସରେ ସ୍ଥାନୀତ ହୋଇଛି । ଏହି ଗ୍ରୁପର ଏଡମିନ ସାଇ ପ୍ରକାଶ ଉଚ୍ଚ ପ୍ରଶଂସା କରିବା ସହିତ କବିତାଟିକୁ ଫୁନୁନ ଏଜେଡ୍‌ବ୍ଳଗ୍‌ସ୍ପଟ୍‌ଡଟ୍‌କମ୍‌ରେ ପ୍ରକାଶିତ କରାଯାଇଛି । ସାହିତ୍ୟରେ ରୁଚି ରଖୁଥିବା ଶ୍ରୀ ସାହୁ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଆର୍‌ସି ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ଅମାୟିକ ବ୍ୟବହାର ଓ ମିଷ୍ଟଭାଷିତା ଯୋଗୁଁ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଛନ୍ତି । ଏହି ସଫଳତା ପାଇଁ ସହକର୍ମୀଗଣ, କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ ସମେତ ସାହିତ୍ୟ ପ୍ରେମୀ ସାଧୁବାଦ ଜଣାଇବା ସହିତ ତାଙ୍କର ଉତ୍ତରୋତ୍ତର କାମନା କରିଛନ୍ତି ।

jay balangir
Leave A Reply

Your email address will not be published.

nine − 3 =

error: Content is protected !!