ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ କବାଡି ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଞ୍ଚଳ ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ କ୍ରୀଡା ଉତ୍ସବର ଦ୍ଵିତୀୟ ଦିନରେ କବାଡି ପ୍ରତିଯୋଗିତା ଅଧକ୍ଷ ଲଳିତମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ଉଦ୍‌ଘାଟନୀ ସମାରୋହରେ ରଞ୍ଜିତ ସିଂହ ବରିହା, ଚେୟାରମେନ୍, ପଞ୍ଚାୟତ ସମିତି, ରାଜବୋଡ଼ାସମ୍ବର ମୁଖ୍ୟ ଅତିଥି ଏବଂ ଠାକୁର ପ୍ରସାଦ ପଣ୍ଡା, ସଭାପତି, ରାଜବୋଡାସମ୍ବର, ସମିତି ସଂଘ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଯୁକ୍ତଦୁଇ ଏବଂ ଯୁକ୍ତତିନି ଛାତ୍ରଛାତ୍ରୀମାନଙ୍କର କବାଡି, ଖୋଖୋ ଓ ଦୌଡିଟଣା ପ୍ରତିଯୋଗିତା ପାଇଁ ୫୧୭ ଜଣ ପଞ୍ଜିକୃତ କରି ଥିବା ବେଳେ ୧୪୭ ଜଣ କେବଳ କବାଡିରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ନୋଡାଲ ଅଫିସର ନବକୃଷ୍ଣ ମିଶ୍ର, ଡ.ସରୋଜ ନାଏକ, ଡ.ତୁଷାରକାନ୍ତ ସାହୁ, ଡ.ବିରଞ୍ଚି ସାହୁ, ପ୍ରମୋଦ କୁମାର ତ୍ରିପାଠି, ସନ୍ତୋଷ କୁମାର ମିଶ୍ର, ପ୍ରଭାତ ମହାପାତ୍ର, ଶ୍ରୀମତୀ ତାପିନି ପଣ୍ଡା, ଶ୍ରୀମତୀ ଶର୍ମିଳା ପଣ୍ଡା, ଶ୍ରୀମତୀ ବୁନୀ ସାହୁ, ଜୟ କୁମାର ଭୁଏ, ସଞ୍ଜୟ ଟିଗା, ଦେବାଶିଷ ସାହୁ, ସମୀର ନାଗ, ବାଳଗୋପାଳ ମେହେର, ଓମପ୍ରକାଶ ସତନାମୀ, ମିଥୁନ ମେହେର, ବିଶ୍ୱରଞ୍ଜନ ପାତ୍ରଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.