କେ.ଭି କଲେଜରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

csstore

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କେ.ଭି କଲେଜରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ପତାକା ଉତ୍ତୋଳନ କରିଥିବା ବେଳେ କଷ୍ଟଲବ୍ଧ ସ୍ୱାଧୀନତାକୁ ବଜାୟ ରଖିଥିବା ପାଇଁ ଆମ ଦେଶ ପ୍ରୀତିକୁ ଉଦ୍‌ଜୀବିତ କରି ରାଷ୍ଟ୍ର ପତି ଆମର କର୍ତ୍ତବ୍ୟକୁ ପାଳନ କଲେ ହିଁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର ତାଙ୍କ ଅଭିଭାଷଣରେ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ସଂଗୀତ, କ୍ୱିଜ୍‌, ରଂଗୋଲି, ବକୃତା, ରଚନା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିବା ସହ ହକି ଷ୍ଟିକ ବେଲନ୍ସିଂରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା ରାଜ ଗୋପାଲ ଭୋଇଙ୍କୁ ବିଶେଷ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଥିଲା । ଏଥିରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଦେବେନ୍ଦ୍ର ମେହେର, ରୋହିତ କିଶୋର କୁମ୍ଭାର, ଯଶୋବନ୍ତ ମିଶ୍ର, ଲାଇବ୍ରେରିୟାନ୍‌ ମନୀଷ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.