pakka

ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଆୟୋଜିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ସହାୟତା ତଥା ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଆନୁକୂଲ୍ୟରେ ଏବଂ ରାମଜୀ ଯୁବକ ସଂଘ, ସଦାଇପାଲି ସହାୟତାରେ ସଦାଇପାଲି ସ୍ଥିତ ସାଇଟ ଯନ୍ତ୍ରୀଙ୍କ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଆୟୋଜିତ ହୋଇଥିଲା । ଏହି ମହୋତ୍ସବକୁ ଅତିଥି, ବିଚାରକ, ନେହେରୁ ଯୁବ କେନ୍ଦ୍ରର ଯୁବ ଅଫିସର ତଥା କର୍ମଚାରୀବୃନ୍ଦଙ୍କ ଉପସ୍ଥିତିରେ ରାମଜୀ ଯୁବକ ସଂଘର ସଭାପତି ଡା. ପ୍ରମୋଦ ମିଶ୍ର ଉଦ୍‌ଘାଟନ କରିଥିଲେ । ଯୁବ ମହୋତ୍ସବରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଚପ୍ରଣ ଧାରଣ ଉପରେ ଆଧାରିତ ବିଷୟକୁ ନେଇ ଚିତ୍ରାଙ୍କନ, ବକ୍ତୃତା, କବିତା ପାଠ, ମୋବାଇଲ ଚିତ୍ରୋତ୍ତଳନ, ଦଳଗତ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପ୍ରତିଯୋଗିତାଗୁଡିକରେ ବିଚାରକ ଭାବରେ ଯୋଗଦାନ କରିଥିଲେ ଅଚ୍ୟୁତ ପୁରୋହିତ, ବାସୁଦେବ ମେହେର, ଅଶୋକ ମେହେର, ଦିଲିପ ସିଂହଦେଓ, ବ୍ରହ୍ମାନନ୍ଦ ବନ୍‌ଛୋର, ଗୋପାଳ ପଧାନ ଇତ୍ୟାଦି । ଏହି ମହୋତ୍ସବରେ ମିଲେଟ ମିଶନ, ପ୍ରଥମ ଏଜୁକେଶ ସ୍କିଲ ଇଣ୍ଡିଆ ବିଭାଗ ତରଫରୁ ଷ୍ଟଲ ସବୁ ନିଆଯାଇ ତାଙ୍କର କାର୍ଯ୍ୟକ୍ରମର ରୂପରେଖ ଉପରେ ଲୋକଙ୍କ ଅବଗତ କରାଯାଇଥିଲା । ଯୁବ ମହୋତ୍ସବର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ଶ୍ରୀ ବିଶି ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ପଞ୍ଚପ୍ରଣର ଆବଶ୍ୟକତାକୁ ବୁଝି ତାକୁ ସଫଳ କରିବା ପାଇଁ ନିଜକୁ ନିୟୋଜିତ କରିବା ନିମିତ୍ତ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ଜିତେନ୍ଦ୍ର ହରପାଲ ଏବଂ ହାସ୍ୟ ଅଭିନେତା ବିନ୍ଦୁ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଅଚ୍ୟୁତ ପୁରୋହିତ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଯୁବ ଅଫିସର ନରସିମ୍ମା କୁମାର । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଶୋକ କୁମାର ମେହେର ତଥା ଧନ୍ୟବାଦ ଅର୍ପଣ କରିଥିଲେ ବ୍ରହ୍ମାନନ୍ଦ ମହାକୁଡ । ସମ୍ପୂର୍ଣ୍ଣ ମହୋତ୍ସବକୁ ସଫଳ ରୂପାୟନରେ ସହଯୋଗ କରିଥିଲେ ବିପିନ ବିହାରୀ ଜେନା, ସନ୍ତୋଷ କୁମାର ବ୍ରହ୍ମା, ବଳିଆର ସିଂ, କୃପାସିନ୍ଧୁ ଭୋଇ । ମହୋତ୍ସବରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଯୋଗଦାନ କରିଥିଲେ ପ୍ରାୟ ୨୫୦ ଯୁବକ ଓ ଯୁବତୀ । କାର୍ଯ୍ୟକ୍ରମଟି ସକାଳ ଘ.୧୦ରୁ ଆରମ୍ଭ ହୋଇ ସନ୍ଧ୍ୟା ଘ.୫.୩୦ରେ ଶେଷ ହୋଇଥିଲା । ଅସୁସ୍ଥତା ହେତୁ ସାଇଟର ପ୍ରତିଷ୍ଠାତ ଡା. ଶ୍ରୀକର ମିଶ୍ର ଅନୁପସ୍ଥିତ ଥିଲେ ସୁଦ୍ଧା ସେ କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ଜଣାଇ ତାଙ୍କର ସହଯୋଗ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

18 − fourteen =