csstore

ପାଇକମାଲ ବ୍ଲକର ଯୁବ କଳାକାର ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ ପାଇଁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ତରଫରୁ ବିକେଏସ୍‌ଏସ୍‌ ସଭାପତି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଦୁଙ୍କ ତତ୍ୱାବଧାନ ଓ ଉପସଭାପତି ତଥା ବରିଷ୍ଠ ଗବେଷକ ଡ଼. ଲଳିତ ଜଗତଙ୍କ ନେତୃତ୍ୱରେ ୨୭ ଜଣିଆ ଲୋକ ଗୀତ ଓ ଲୋକ ନୃତ୍ୟରେ ସାଂସ୍କୃତିକ ଦଳ ବରଗଡରେ ହୋଇଥିବା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବରେ ଯୋଗଦାନ କରିଥିଲେ । ସୁନ୍ଦର ପରିବେଷଣ କରି ଲୋକଗୀତରେ ପ୍ରଥମ ସ୍ଥାନ, ଲୋକ ନୃତ୍ୟରେ ଦ୍ଵିତୀୟ ସ୍ଥାନ ଓ ଡିକ୍ଲାମେସନରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ବରଗଡ ଜିଲ୍ଲା ପାଇଁ ମନୋନୀତ ହୋଇଛନ୍ତି । ଏହି ଖବର ଶୁଣିବା ମାତ୍ରେ ପାଇକମାଲ ବ୍ଲକର ସମସ୍ତ କଳାକାର ଓ ବ୍ଲକ ପ୍ରଶାସନ ଖୁସିବ୍ୟକ୍ତ କରିଛନ୍ତି । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ ଓଦୁ ବିଶେଷ ଖୁସି ହୋଇ କଳାକାର ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ହେଉଛନ୍ତି ଜଣେ ସଂଗୀତ ପ୍ରେମୀ । କଳାକାର ମାନଙ୍କୁ ଚୟନ କରି ବରଗଡ଼ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବକୁ ପଠାଇଥିଲେ । ଡିକ୍ଲାମେସନରେ ପ୍ରଥମ ସ୍ଥାନ ମଧୁସ୍ମିତା ବେହେରା ଓ ସାଂସ୍କୃତିକ ଦଳରେ, ସୁରେନ୍ଦ୍ର ପାତ୍ର, ଅନିଶ କୁମାର ପାତ୍ର, ବିକାଶ ନାଏକ, କ୍ଷୀରସାଗର ବାରିକ, କୈବଲ୍ୟ ସେଠ, ଲକ୍ଷ୍ମୀ ପଶାୟତ, ତିଲୋତ୍ତମା ମହାକୁଡ଼, ଆରତୀ ଶିକା, ଲିନା ମହାନନ୍ଦ, ରଶ୍ମିତା ଭୋଇ, ସୁହାନି ପଣ୍ଡା, ପ୍ରିୟଦର୍ଶିନୀ ପାତ୍ର, ପ୍ରତିଭା ବାଗ, ସୁରଜ ବରିହ, ସନ୍ତୋଷ ମେହେର, ଶୁକ୍ଳ ବରିହା, ଶତ୍ରୁଘନ ବରିହା, ଶଶିକାନ୍ତ ବରିହା, ଦେବରାଜ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.