om academy

ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ୍‌କ୍ରସ ଓ ରେଡ଼୍ ରିବନ୍ କ୍ଳବ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ଯୁବ ରେଡକ୍ରସର ସଂଯୋଜିକା ପୁଷ୍ପ ମଞ୍ଜରୀ ପ୍ରଧାନଙ୍କ ସଭାପତିତ୍ଵ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଷ୍ଟ୍ରୀୟ ଯୁବ ଦିବସର ଅୟମାରମ୍ଭ ସହିତ ବିକଶିତ ରାଷ୍ଟ୍ରର ଗଠନରେ ଯୁବକ ମାନଙ୍କର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଦୀପ କୁମାର ଦେୱାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ ଓ ମହତ୍ ବାଣୀ ଉଦ୍ଧାର କରି ଏକ ଦୀର୍ଘ ବକ୍ତବ୍ୟ ରଖି ଯୁବଗୋଷ୍ଠୀଙ୍କୁ ଉଦ୍‌ବୋଧିତ କରିଥିଲେ । ସଭା ଶେଷରେ ଯୁବ ରେଡକ୍ରସର ସହ ସଂଯୋଜକ ଦେବାଶିଷ ଭଏନା ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

seven + six =