csstore

ରକ୍ତଦାନ କରି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳନ କଲା ଯୁବ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କଂଗ୍ରେସ ଦଳର ସର୍ବମାନ୍ୟ ଯୁବନେତା ତଥା ଦେଶର ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କର ୫୬ତମ ଜନ୍ମ ଦିବସ ଅବସରରେ ବଲାଙ୍ଗିର ଯୁବ କଂଗ୍ରେସ ତରଫରୁ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଯୁବ କଂଗ୍ରେସ ସଭାପତି ନାସୀର ଖାନଙ୍କ ନେତୃତ୍ୱରେ ସ୍ଥାନୀୟ ଭୀମ ଭୋଇ ମେଡିକାଲ ଓ ହସପିଟାଲର ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ସୟଦ ଅବତାଫ ହୁସେନ, ରାଜନ ଦୀପ, ସୋମ ଗୋଚ୍ଛାୟତ, ଶୁଭମ ମେହେର, ନମାଜ ଅଲ୍ଲି, ସାହିଦ ଖାନ, ବିକାଶ ବେହେରା, ନିକେଶ କୁମ୍ଭାର, ଶଙ୍କର୍ଷଣ କୁଅଁର, ସୁଶୋର ଜାଲ, ଶଙ୍କରଲାଲ ତ୍ରିପାଠି, ଜିତୁ ଭୋଇ, ବଳରାମ ମିଶ୍ର, ଅଶ୍ୱିନୀ ବେହେରା, ଐଶର୍ଯ୍ୟା ଦାଶ, ଲକ୍ଷ୍ମଣ ନନ୍ଦ, ଦିନବନ୍ଧୁ ବେହେରା, ପୃଥ୍ୱୀରାଜ ବିଶି, ସୟଦ ମହସିନ ଅଲ୍ଲି, ସୟଦ ମୋମିନ ଅଲ୍ଲି ପ୍ରମୁଖ ରକ୍ତଦାନ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ନନ୍ଦ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ବୁଲୁ ଦାନି, ଜୁଲୁ ପଟ୍ଟନାୟକ, ଅଜୟ ବାଲି, ରାଜ୍ୟ କାର୍ଯ୍ୟକାରୀ ସଭାପତି ଗଣେଷ ସାହୁ, ଶ୍ରୀନିବାସ ସାହୁ, ଅଙ୍କିତ ସାହୁ, ଚିନ୍ମୟ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.