csstore

ସମନ୍ଵୟ ଯୁବ ବିକାଶ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପଦ୍ମପୁର ତରଫରୁ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସାମାଜିକ ବିଭାଗ, ଛାତ୍ରୀମାନଙ୍କ ଦ୍ଵାରା ନିକଟସ୍ଥ ବିଜାଡ଼ିହି ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ କରଯାଇଥିଲା । ସୁସ୍ଥ ଜୀବନ ଯାପନକୁ ପ୍ରୋତ୍ସାହିତ କରିବା ପାଇଁ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ବିଷୟରେ ଗ୍ରାମବାସୀଙ୍କୁ ସୁନ୍ଦର ଓ ସରଳ ଭାବରେ ସେମାନେ ବୁଝାଇଥିଲେ । ଗ୍ରାମର ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ଛାତ୍ରୀମାନେ ଚିତ୍ର ସହ ଲୋକଙ୍କୁ ସଚେତନ କରାଇଥିଲେ । ନୂଆ-ଓ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ଼. ଚନ୍ଦ୍ରିକା ଭୋଇ, ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ସୁଶ୍ରୀ ପଦ୍ମିନୀ ପଧାନ, ବିରେନ୍ଦ୍ର କୁମାର ମେହେର, ଅନିଲ କୁମାର ପୁରୋହିତ, ସୁଶ୍ରୀ ଗୀତା ପୁରୋହିତ, ଗୋବିନ୍ଦ ବେହେରା, ରବି ଅମରି, ଚୂଡାମଣି ବେହେରାଙ୍କ ସହାୟତାରେ ସାମାଜିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ସୁଶ୍ରୀ ସଂଗୀତା ଗୌନ୍ତିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରଞ୍ଜନ କୁମାର ମହାନ୍ତି ଚନ୍ଦ୍ର, ଲେଥରା ଓ ବିନୋଦ ସାହୁଙ୍କ ସମେତ ଅନେକ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.