oom

ଶିବରାତ୍ରୀ ହେଲା ଯୁବକଙ୍କ ପାଇଁ କାଳରାତ୍ରୀ : ପାରିବାରିକ କଳହରୁ ଟାୱାରକୁ ଚଢି କଲେ ଆତ୍ମହତ୍ୟା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତଗର୍ତ ଭଦ୍ରା ପଞ୍ଚାୟତ ସ୍ଥିତ ଚିତାମରା ଗ୍ରାମରେ ଆଜି ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି । ତେବେ ଯୁବକ ଜଣକ ୧୦୦ଫୁଟ ବିଶିଷ୍ଟ ଏକ ବିଦ୍ୟୁତ ଟାୱାର ଖମ୍ବକୁ ଚଢି ପାରବାରିକ କଳହରୁ ଆତ୍ମହତ୍ୟା କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉକି ପରିମଳ କୁମ୍ଭାର(୨୨) ତାର ବାପା ଗରିବ କୁମ୍ଭାର(୫୦)ଓ ତାର ମାଁ ଗିରିଜା କୁମ୍ଭାର(୪୫)ଙ୍କ ସହ ଦୀର୍ଘ ଦିନ ହେଲା ପାରିବାରିକ କଲହ ସୃଷ୍ଟି ହୋଇଥିଲା । ତେବେ ସେଭଳି ଭାବେ ଗତକାଲି ବିଳମ୍ବିତ ରାତିରେ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯୁବକ ଜଣକ ତାର ମାଁକୁ କାହିଁକି ଝଗଡା କରିବା ସହ ମାଡ଼ କରୁଛୁ ବୋଲି ପ୍ରତିବାଦ କରିବାରେ ତାର ବାପା ଜଣକ ସନ୍ଦେହ କରି ତୋର ମାଁ ସାଙ୍ଗରେ ତୋର ସମ୍ପକ ଅଛି ବୋଲି ତାର ବାପା ପୁଅକୁ ଏଭଳି ନିନ୍ଦା କରୁଥିବା ବେଳେ ଶେଷର କଥାକୁ ସହି ନ ପାରି ପାଖରେ ଥିବା ଏକ ଟାୱାର ଖମ୍ବକୁ ଚଢି ଆତ୍ମହତ୍ୟା କରିଥିଲେ । ତେବେ ଖବର ପାଇବା ପରେ ଆଜି ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ଘଟଣା ସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକ ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଯାଇଛି ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି କହିଛନ୍ତି । ଅନ୍ୟପଟେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ, ତାର ବାପା ବହୁ ଦିନ ହେଲେଣି ଝଗଡା କରି ଆସୁଥିଲେ ଶେଷରେ ତାର ପୁଅ ଆତ୍ମହତ୍ୟା କରିଛି ତେବେ ତାର ବାପାକୁ କୋଠର ଦଣ୍ଡ ଦିଆଯାଉ ବୋଲି ମଧ୍ୟ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.