pakka

ବଲାଙ୍ଗିର ଜେଏସ୍‌ଏମ୍‌ କଲେଜରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ମଧ୍ୟରେ ଥିବା ଜେଏସ୍‌ଏମ୍‌ ବାଣିଜ୍ୟ କଲେଜରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କଲେଜର ଅଧ୍ୟକ୍ଷ ସି.ଏ. ଶ୍ରୀକାନ୍ତ ଶର୍ମା, ମନରଞ୍ଜ ସାହୁ, ମେଣ୍ଟର ପୀତବାସ ପଣ୍ଡା ଓ କଲେଜର ମିହିର୍ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତା’ସହ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ତାଙ୍କ ଭାଷଣରେ ଦିଗଦର୍ଶନ ଦେଇଥିଲେ । ତାପରେ କଲେଜ ପରିସର ଭିତରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ ଉପଲକ୍ଷେ ଏକ କୁ‍ଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା ।

Leave A Reply

Your email address will not be published.

15 + 20 =