jsm

ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ସପ୍ତମ ଫାଉନଣ୍ଡେସନ ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜେଏସ୍‌ଏମ ବାଣିଜ୍ୟ ମହାବିଦ୍ୟାଳୟ, ବଲାଙ୍ଗିରର ସପ୍ତମ ଫାଉନଣ୍ଡେସନ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମାଙ୍କ ତତ୍ତ୍ୱାବଧାନରେ ଫାଉନଣ୍ଡେସନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ଶିବପ୍ରସାଦ ନନ୍ଦ ଯୋଗ ଦେଇଥିବା ବେଳେ ନୂତନ ଭାବରେ ୨୦୨୧ ସିଏ ପରୀକ୍ଷାରେ ସଫଳତା ହାସଲ କରିଥିବା ସିଏ ସୃତି ଅଗ୍ରଓ୍ୱାଲ, ସିଏ ସଚିନ ଅଗ୍ରଓ୍ୱାଲ, ସିଏ ୟୁଗେସ ଜୈନ୍, ସିଏ ଦିନେଶ ଅଗ୍ରଓ୍ୱାଲ, ସିଏ ପ୍ରିୟା ଅଗ୍ରଓ୍ୱାଲ, ସିଏ ସୌରବ ଅଗ୍ରଓ୍ୱାଲ, ସିଏ ଦିସା ଅଗ୍ରଓ୍ୱାଲ, ସିଏ ଅଞ୍ଜଳି ଅଗ୍ରଓ୍ୱାଲ, ସିଏ ପରିଧି ଅଗ୍ରଓ୍ୱାଲ ଓ ସିଏ କାଜଲ ଅଗ୍ରଓ୍ୱାଲଙ୍କ ସହିତ ଅତି ନିକଟରେ ଓଏସ୍‌ରେ ସଫଳତା ପାଇଥିବା ବଲାଙ୍ଗିର ଲୋଇସିଂହାର ଅମିତ କୁମାର ମେହେର ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଅଂଶଗ୍ରହଣ କରିଥିଲେ । ଜେଏସ୍‌ଏମ୍‌, ବାଣିଜ୍ୟ ମହାବିଦ୍ୟାଳୟ ଉକ୍ତ ଅତିଥିମାନଙ୍କୁ ସେହିମାନଙ୍କର ପରିଶ୍ରମ ଓ ସଫଳତା ନିମନ୍ତେ ସମ୍ମାନିତ କରିଥିଲେ । ଅତିଥିବୃନ୍ଦ ସଫଳତାର ଯାତ୍ରା ବିଷୟରେ ବର୍ଣ୍ଣନା କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ପ୍ରଫେସର ଡ. ଶିବ ପ୍ରସାଦ ନନ୍ଦ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ ଓ କଲେଜର ସମ୍ପାଦିକା ଶ୍ରୀମତୀ ସୁମନ ର୍ଶମା ଉପଦେଷ୍ଟା ପିତବାସ ପଣ୍ଡା, ମନୋରଞ୍ଜନ ସାହୁ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା କଲେଜର ଦର୍ଶନ ଓ ଲକ୍ଷ୍ୟକୁ ପ୍ରକାଶ କରି କହିଥିଲେ ଯେ, ଜେଏସ୍‌ଏମ୍‌, ବାଣିଜ୍ୟ ମହାବିଦ୍ୟାଳୟର ସପ୍ତମ ପ୍ରତିଷ୍ଟା ଦିବସର ସଫଳତା ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀ, କଲେଜର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତା, କଲେଜର ଉପଦେଷ୍ଟା ଓ ପରାମର୍ଶଦାତା ମାନଙ୍କର ସହଯୋଗ ରହିଛି ।

yuvodaya
Leave A Reply

Your email address will not be published.