pakka

ବେଆଇନ ବାଲି, ପଥର ଚୋରାଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ : ୨ ଟ୍ରାକ୍ଟର ମାଲିକ ଠାରୁ ୨୦,୨୨୨ ଟଙ୍କା ଜୋରିମାନା ଆଦାୟ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ସକାଳେ ସରଗଡା ନଦୀରୁ ଏକ ଟ୍ରାକ୍ଟର (ଓଡ଼ି ୦୩ଟି ୩୭୯୪)ରେ ବାଲି ଚାଲାଣ କରୁଥିବା ବେଳେ ରତନପୁର ନିକଟରେ ଓ ଘୁଚିପାଲିରୁ ପଥର ଚୋରାଚାଲାଣ ବେଳେ ଘୁଚିପାଲି ନିକଟରେ ଏକ ଟ୍ରାକ୍ଟର (ଓଡି ୧୭ବି ୦୬୩୦) ଗାଡ଼ି ଉପରେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ବାଲ, ସୁପରଭାଇଜର ତଥା ଆର୍‌ଆଇ ଅଧିର ନାଏକ ଚଢ଼ାଉ କରିଥିଲେ । ଉଭୟ ଗାଡ଼ିକୁ ଅଟକ ରଖି ବାଲି ଓ ପଥର ସମ୍ବନ୍ଧିୟ ଦଳିଲ ଯାଞ୍ଚ କରିଥିଲେ । ବେଆଇନ ଭାବେ ଚାଲାଣ ହେଉଥିବା ଜଣାପଡ଼ିବା ପରେ ବାଲି ଚାଲାଣ ହେଉଥିବା ଟ୍ରାକ୍ଟର ମାଳିକ ରାହାସ କରନ ଠାରୁ ୧୦ ହଜାର ୧୧୧ଟଙ୍କା ଓ ପଥର ଚାଲାଣ କରୁଥିବା ଟ୍ରାକ୍ଟର ବିଶ୍ୱଜିତ୍ ମହାନନ୍ଦ ଠାରୁ ୧୦,୧୧୧ଟଙ୍କା ଜୋରିମାନା ଆଦାୟ କରିଥିଲେ ।

Leave A Reply

Your email address will not be published.

five × 5 =