om academy

ତୁଷୁରା ଏନଏସି ପକ୍ଷରୁ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ

jsm

ତୁଷୁରା, (ଅଜିତ କୁମାର ସାହୁ) : ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାଗା ମିସନ ଜରିଆରେ ବଲାଙ୍ଗିର ଜିଲା ତୁଷୁରା ଏନଏସି ପକ୍ଷରୁ ସହରାଞ୍ଚଳରେ ରହୁଥିବା ଭୂମିହୀନମାନଙ୍କୁ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ଏନଏସି ପରିସରରେ ବୁଧବାର ବଣ୍ଟନ କରାଯାଇଛି । ରାଜ୍ୟ ମହିଲା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ତୁଷୁରା ଏନଏସସିର ୫ଟି ୱାର୍ଡ ପାଇଁ ୩୧୨ ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଥିବା ବେଳେ କୋଭିଡ ନିୟମକୁ ଦୃଷ୍ଟିରେ ରଖି ପ୍ରାୟ ୪୦ ଜଣ ହିତାଧିକାରୀ ପ୍ରମାଣ ପ୍ରଦାନ କରାଯାଇଥିଲା ଏବଂ ବାକି ହିତାଧିକାରୀଙ୍କ ଘରକୁ ଯାଇ ପ୍ରମାଣ ପତ୍ର ଦିଆଯିବ ବୋଲି ଏନଏସି କାର୍ୟ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ ପ୍ରକାଶ କରିଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ କପସିଲା ଓ ନଅଗାଁରେ ସର୍ବସାଧାରଣ ଶୌଚାଳୟ ଓ ସହରକୁ ଆଲୋକିତ କରିବା ପାଇଁ ନୂତନ ୫ଟି ଏଲଏଡି ଖୁଣ୍ଟର ଉଦଘାଟନ କରିଥିଲେ । ଏହି ସମସ୍ତ କାର୍ୟ୍ୟକ୍ରମରେ ବଲାଙ୍ଗିର ଉପଜିଲାପାଳ ସୁଧାକର ନାୟକ, ତୁଷୁରା ତହସିଳଦାର ଚନ୍ଦ୍ରମଣୀ ନାଗ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାରାକାନ୍ତ ତ୍ରିପାଠୀ କାର୍ୟ୍ୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.