csstore

୧୯୮୯ ମାଟ୍ରିକ ବ୍ୟାଚର ଚତୁର୍ଥ ପାରିବାରିକ ବନ୍ଧୁ ମିଳନ – ଯୋଗଦେଲେ ଓଡିଶାର ବିଭିନ୍ନ ପ୍ରାନ୍ତର ଛାତ୍ର ଏବଂ ତାଙ୍କ ପରିବାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ବାଳକ ଉଚ୍ଚ ବିଦ୍ୟାଳୟର ୧୯୮୯ ମାଟ୍ରିକ ବ୍ୟାଚର ଚତୁର୍ଥ ଫେମିଲି ଫିଷ୍ଟ ଉତ୍ସବ ଫୋର ପଏଣ୍ଟ ଜିରୋ ସଭାପତି ଶମ୍ଭୁ ପ୍ରସାଦ ଗୋଏଲଙ୍କ ଅଧ୍ୟକ୍ଷତାରେ ରବିବାର ଦେଶିଲ ସ୍ଥିତ ଜ୍ୟୋତି ଫାର୍ମ ହାଉସଠାରେ ବହୁତ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଏହି ବ୍ୟାଚରେ ପଢ଼ୁ ଥିବା ସମସ୍ତ ଛାତ୍ର ଯିଏ ଯେଉଁଠି ଥାଆନ୍ତୁ ସେମାନେ ଏହିଦିନ ଆସି ଯୋଗଦେଇଥାନ୍ତି । ଯେପରିକି ଜୟପୁର, ଭୁବନେଶ୍ୱର ତଥା ଆଖପାଖ ଅଞ୍ଚଳରେ ଯିଏ ଯେଉଁ କ୍ଷେତ୍ରରେ ଚାକିରି ହେଉ କି ବ୍ୟବସାୟ ହେଉ ଏହି ମିଳନ ପାଇଁ ନିଜର ବ୍ୟସ୍ତ ବହୁଳ ସମୟ ଭିତରୁ ଏହିଦିନ ପାଇଁ ସମସ୍ତେ ଆସି ଏକଜୁଟ ହୋଇଥାଆନ୍ତି । ସକାଳ ଦଶଟାରୁ ସନ୍ଧ୍ୟା ଯାଏଁ ବିଭିନ୍ନ ପ୍ରତିଯୋଗିତା ଯାହାକି ଛୁଆ ଠାରୁ ବଡ଼ ଯାଏଁ ଅନୁଷ୍ଠିତ ହୋଇଥିଲା । ଭଲ ପ୍ରଦର୍ଶନୀ କରୁଥିବା ଲୋକଙ୍କୁ ସମ୍ମାନିତ କରାଯାଇଥିଲା । ଏହି ପାରିବାରିକ ମିଳନର ବିଶେଷ ଆକର୍ଷଣ ଥିଲା ପ୍ରତ୍ୟେକ ସ୍ଵାମୀ ସ୍ତ୍ରୀଙ୍କୁ ଷ୍ଟେଜ ଉପରକୁ ଆମନ୍ତ୍ରଣ କରି ପ୍ରଥମେ ଛିଡ଼ା କରାଯାଇଥିଲା । ତା’ପରେ ସ୍ତ୍ରୀମାନେ ସ୍ୱାମୀ ମାନଙ୍କୁ ମଫଲର ଓଢାଇବା ପରେ ସ୍ଵାମୀଙ୍କ ପାଦଧରି ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ । ଯାହାକି ଏକ ହୃଦୟସ୍ପର୍ଶୀ ମାହୋଲ୍‌ ବନି ଯାଇଥିଲା । ସ୍ତ୍ରୀ ତଥା ସ୍ୱାମୀଙ୍କ ଆଖିରୁ ଖୁସିର ତଥା ଭଲ ପାଇବାର ଲୁହ ଝରୁଥିବା ଦେଖିବାକୁ ମିଳିଥିଲା । ବନ୍ଧୁ ମିଳନ ପ୍ରାୟ ବହୁତ ବ୍ୟାଚ କରୁଥିବା ଦେଖିବାକୁ ମିଳିଥାଏ । କିନ୍ତୁ ଏହି ୧୯୮୯ ମାଟ୍ରିକ ବ୍ୟାଚର ପାରିବାରିକ ବନ୍ଧୁ ମିଳନ ସବୁଠାରୁ ନିଆରା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ତା’ପରେ ସମସ୍ତ ଉପସ୍ଥିତ ଥିବା ଲୋକଙ୍କ ପୁଅ ଝିଅଙ୍କ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅତି ସୁନ୍ଦର ଦିନଟିଏ ନିଜ ସାଙ୍ଗସାଥିଙ୍କ ଗହଣରେ ବିତାଇବାର ସୁଯୋଗ ପାଇଲୁ ବୋଲି ଆସିଥିବା ଲୋକେ କହିଛନ୍ତି ।

jayashree
Leave A Reply

Your email address will not be published.