csstore

ଜିଲ୍ଲା ବ୍ରାହ୍ମଣ ମହାସଭାର ସୁଦପଡା ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠାରେ ଯୋଗଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ତୁଙ୍ଗ ନେତୃବୃନ୍ଦ ବରିଷ୍ଠ ଉପଦେଷ୍ଟା ସତ୍ୟବନ୍ତ ବେଦବାକ, ଗୋପବନ୍ଧୁ ପୁରୋହିତ, ଗିରିଧାରୀ ଶତପଥି, ସଭାପତି ଧନଞ୍ଜୟ ମିଶ୍ର, ସଂପାଦକ ଶ୍ୟାମ ସୁନ୍ଦର ଦାଶ, ଉପ-ସଭାପତି ବିଶ୍ୱନାଥ ମିଶ୍ର, କାର୍ଯ୍ୟକାରୀ ସଦସ୍ୟବୃନ୍ଦ କେଶବ ଚନ୍ଦ୍ର ମିଶ୍ର, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ବାଳକୃଷ୍ଣ ଷଡଙ୍ଗୀ, ଅଶୋକ ମିଶ୍ର, ଜଗନ୍ନାଥ ଷଡଙ୍ଗୀ, ଗୋପବନ୍ଧୁ ଶତପଥୀ, ପୁରୁଷୋତ୍ତମ ପଣ୍ଡା, ପ୍ରତାପ ରଥ, ରାମ ଶଙ୍କର ଶତପଥି ଏବଂ ଆହୁରି ଅନେକ ସଦସ୍ୟ ସୁଦପଡାବାସୀଙ୍କ ନିମନ୍ତ୍ରଣ ରକ୍ଷାକରି ଶ୍ରୀ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବେ ରତ୍ନମୁଦ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ସୁଦପଡାବାସୀ ଗଭୀର ଶ୍ରଦ୍ଧା ଏବଂ ଭକ୍ତି ସହିତ ବ୍ରାହ୍ମଣ ସମାଜକୁ ସ୍ୱାଗତ କରିଥିଲେ । ବ୍ରାହ୍ମଣ ସମାଜର ସମ୍ମିଳିତ ମନ୍ତ୍ର ଉଚ୍ଚାରଣ ଗଗନ ପବନକୁ ମୁଖରିତ କରିଥିଲା । ଆଚାର୍ଯ୍ୟ ଗୋକୁଳାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ବ୍ରାହ୍ମଣ ସମାଜର ଉପସ୍ଥିତିରେ ଯଜ୍ଞ କାର୍ଯ୍ୟ ପ୍ରାରମ୍ଭ କରାଯାଇଥିଲା ।

jayashree
Leave A Reply

Your email address will not be published.