pakka

ପାଟଣାଗଡ ବିଧାୟକଙ୍କ ସରୋଜ ମେହେରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

bbehera

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ସରୋଜ ମେହେରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ବିଧାୟକ ସରୋଜ ମେହେର ନିଜର ସ୍ଥିତିକୁ ମଜ୍‌ବୁତ୍‌ କରିବା ଦିଗରେ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆୟୋଜିତ ବୈଠକରେ ଯୋଗଦାନ କରି ବିଜେଡି ସରକାରଙ୍କ ଜନ ହିତକର ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି ସରୋଜ । ଏହା ସହିତ ସ୍କୁଲର ବାର୍ଷିକ ଉତ୍ସବ ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ନିଜର ନର୍ବାଚନୀ ମଇଦାନକୁ ବଳିଷ୍ଠ କରିବା ପାଇଁ ଶ୍ରୀ ମେହେର ବେଶ୍‌ ଉତ୍ସାହୀ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

twenty − twenty =