csstore

ପୂର୍ବତନ ବିଜୁ ଯୁବ ବାହିନୀ ସଭାପତିଙ୍କ କଂଗ୍ରେସ ଦଳରେ ଯୋଗଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କର ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ତଥା ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ମିର୍ଦ୍ଧାପାଲି ପଂଚାୟତର ପୂର୍ବତନ ବିଜୁ ଯୁବବାହିନୀର ସଭାପତି ଆନନ୍ଦ ସିଂହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏ ଅବସରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତାଙ୍କୁ ସ୍ୱାଗତ କରିବା ସହ ପଞ୍ଚାୟତ ସ୍ତରରେ ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ଉପଦେଶ ଦେଇଛନ୍ତି । ଏହି ମିଶ୍ରଣ ସମୟରେ ବଲାଙ୍ଗିର ସଦର ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ବିଧାୟକଙ୍କ ପ୍ରତିନିଧି କିଶୋର ସିଂ ନିନା, ଖୁଜେନପାଲି ସରପଂଚ ସତ୍ୟବାନ ସାହୁ ଏବଂ କଂଗ୍ରେସ ନେତା ଜଗ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.