pakka

ଓଡ଼ିଶା ଷ୍ଟେଟ ବ୍ରିଗେଡ ବିଦ୍ୟାଳୟରେ ଯୋଗ ଦିବସ

kalikesh

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମୋହନଗିରୀ ଷ୍ଟେଟ ବ୍ରିଗେଡ ବିଦ୍ୟାଳୟରେ ଆଜି ଯୋଗ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ଦିବାକର ସାହୁଙ୍କ ଅଧ୍ୟକ୍ଷତାରେ ଯୋଗ ପ୍ରଶିକ୍ଷକ ଭାବରେ ଏକଲ ଅଭିଯାନ ତରଫରୁ ଅଞ୍ଜନ ପାତ୍ର, ସୁରେନ୍ଦ୍ର ପ୍ରଧାନ ଯୋଗ ଦେଇ ଯୋଗ ଶିକ୍ଷା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଭକ୍ତ ସଗ୍ରିଆ, ଭରତ ସା, ନାରାୟଣ ଥନାପତିଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

pp
Leave A Reply

Your email address will not be published.

17 − thirteen =