csstore

ବଲାଙ୍ଗିର ନୂତନ ସଦର ଏସ୍‌ଡ଼ିପିଓ ଭାବେ ଯୋଗ ଦେଲେ ପ୍ରଦୀପ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ନୂତନ ସଦର ଏସ୍‌ଡ଼ିପିଓ ଭାବେ ଯୋଗ ଦେଇଛନ୍ତି ପ୍ରଦୀପ କୁମାର ସାହୁ । ଏସ୍‌ଡ଼ିପିଓ ଶ୍ରୀ ସାହୁ ପୂର୍ବରୁ ସମ୍ବଲପୁର ସଦର ଏସ୍‌ଡ଼ିପିଓ ଭାବେ କାର୍ଯ୍ୟରତ ଥିବା ବେଳେ ଏବେ ସେ ବଦଳି ହୋଇ ବଲାଙ୍ଗିର ସଦର ଏସ୍‌ଡ଼ିପିଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ପୂର୍ବରୁ ବଲାଙ୍ଗିର ସଦର ଏସ୍‌ଡ଼ିପିଓ ଭାବେ କାର୍ଯ୍ୟ କରୁଥିବା ତୋଫାନ ବାଗଙ୍କୁ ସମ୍ବଲପୁର ସଦରକୁ ବଦଳି ହୋଇଛି । ଅନ୍ୟପଟେ ବଲାଙ୍ଗିରର ନୂତନ ସଦର ଏସ୍‌ଡ଼ିପିଓ ଭାବେ ଯୋଗ ଦେଇଥିବା ଶ୍ରୀ ସାହୁ କାର୍ଯ୍ୟରେ ଯୋଗ ଦେଉ ଦେଉ ଜଲୱା ଦେଖାଇବା ଆରମ୍ଭ କରିଦେଲେଣି । ଆଜି ବଲାଙ୍ଗିର ଟାଉନ ଥାନା ପୋଲିସ ଏସ୍‌ଡ଼ିପିଓ ଶ୍ରୀ ସାହୁଙ୍କ ତତ୍ୱାବଧାନରେ ମର୍ଡର, ରବରୀ ସହ ଅନ୍ୟ ୧୦ରୁ ଅଧିକ କେସ୍‌ରେ ସାମିଲ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ବଲାଙ୍ଗିରରେ ନିତିଦିନ ହତ୍ୟା, ଡ଼କାୟତି, ଭଳି ଅନେକ ଅପରାଧିକ କାର୍ଯ୍ୟକଳାପ ଘଟୁଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା ଏସ୍‌ଡ଼ିପିଓ ଶ୍ରୀ ସାହୁ ବିଶେଷ ଭାବରେ ଧ୍ୟାନ ଦେଇ ବଲାଙ୍ଗିରକୁ ଅପରାଧ ଶୂନ୍ୟ ବଲାଙ୍ଗିର ଗଢ଼ି ତୋଳିବେ ବୋଲି ସମସ୍ତ ବଲାଙ୍ଗିରବାସୀ ଆଶା କରୁଛନ୍ତି ।

jayashree
Leave A Reply

Your email address will not be published.