om academy

ପୁରୁଣା ଜୀରା ବ୍ରିଜର କଲଭଟ ଭାସିଗଲା

jsm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ମଧ୍ୟରେ ପ୍ରବାହିତ ଜୀରା ନଦୀ ଉପରେ ନିର୍ମିତ ଅସ୍ଥାୟୀ ପୋଲ(କଲଭଟ) ଗତ ବର୍ଷାରେ ଧୋଇ ହୋଇଯାଇଥିବା ଫଳରେ ପୌର ପରିଷଦର ଏକ ୱାର୍ଡର ଲୋକଙ୍କ ସହର ସହ ବିଚ୍ଛିନ୍ନ ହୋଇଯାଇଛି । ଉକ୍ତ ଅଞ୍ଚଳର ଲୋକମାନେ ସାଧାରଣ କାର୍ଯ୍ୟ ପାଇଁ ୮ କିଲୋମିଟର ରାସ୍ତା ବୁଲିକି ଆସିବାକୁ ପଡୁଛି । ଏଠାରେ ସୂଚନାଯୋଗ୍ୟ ଯେ, ପୁରୁଣା ବ୍ରିଜକୁ ଭାଙ୍ଗି ଗତ ତିନି ବର୍ଷ ହେବ ସେହି ସ୍ଥାନରେ ନୂତନ ବ୍ରିଜ ନିର୍ମାଣ କରାଯାଉଛି । ତେବେ ନିର୍ମାଣ ସପ୍ସସ୍ଥାର ଅବହେଳା ଯୋଗୁଁ କାମ ଆଗେଇ ପାରୁନଥିବା ପରିଲକ୍ଷିତ ହେଉଛି । ନୂତନ ଜିଲ୍ଲାପାଳ ଭାବେ ମୋନୀଷା ବାନାର୍ଜୀ ଦାୟିତ୍ଵ ଗ୍ରହଣ କଲା ପରେ ସେ ନିର୍ମାଣାଧୀନ ବ୍ରିଜକୁ ବୁଲି ଦେଖିଥିଲେ ଓ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଥାପି ସେହି କାର୍ଯ୍ୟ ଆଗେଇ ପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.