ଶବ ହୋଇ ପଡିରହିଥିବା ଶବବାହକ ଗାଡିର ଜୀବନ ଫେରିଲା

ବରଗଡ଼, (ନିରୋଜ କୁମାର ପାଣୀ) : ଦୀର୍ଘ ଗୋଟେ ମାସ ହେଲା ବରଗଡ଼ ଡାକ୍ତରଖାନାରେ ଥିବା ଏକମାତ୍ର ଶବବାହକ ଗାଡ଼ି ଅଚଳ ହୋଇ ପଡ଼ିରହିଥିଲା । ହେଲେ ଆଜି କଲମ ବଳରେ ସ୍ୱରଉତ୍ତଳନ ହେବା ପରେ ଚେଇଁ ଶୋଇଥିବା ପ୍ରସାଶାନ ଅଧିକାରୀ ତତ୍ପରତା ଦେଖାଇଛନ୍ତି ଓ ଆଜି ଯୁଦ୍ଧକାଳୀନ ଭିତ୍ତିରେ ଶବ ହୋଇ ପଡିରହିଥିବା ଶବବାହକ ଗାଡିକୁ ଜୀବନଦାନ ଦିଆଯାଇଛି । ଜିଲ୍ଲା ପ୍ରଶାସନକୁ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଶବବାହକ ଗାଡ଼ିର ଶୀଘ୍ର ମରାମତି କରି ଆଜି ତାକୁ ପୁଣି କାମରେ ଲଗାଇ ଥିବାରୁ ଜନସାଧାରଣରେ ଖୁସିର ବାତାବରଣ ଦେଖାଦେଇଛି । ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗକୁ ସଂକଲ୍ପ ପରିବାରର ଅନୁରୋଧ ଯେ, ସ୍ୱାସ୍ଥ୍ୟ ବିଭାଗ ପରି ଜରୁରୀକାଳୀନ ସେବାକାର୍ୟ୍ୟରେ ଅବହେଳା ନହୋଇ, ଲୋକଙ୍କ ଅଭିଯୋଗକୁ ଅପେକ୍ଷା ନକରି, ନିଜର ମଣିଷତ୍ୱ ଦେଖାଇ ନିଷ୍ଠାପର ଭାବରେ କର୍ତ୍ତବ୍ୟ କରିବାକୁ ଅନୁରୋଧ ଯାହାଫଳରେ ଲୋକେ ହଇରାଣ ହେବେନାହିଁ ଏବଂ ଏପରି ଅସାଧାରଣ ପରିସ୍ଥିତି ଉପୁଜିବ ନାହିଁ ।

Leave A Reply

Your email address will not be published.