pakka

ଗଣ୍ଡଗୋଳ ଛଡ଼ାଇବାକୁ ଯାଇ ଟେକା ମାଡ଼ରେ ମହିଳାଙ୍କ ଜୀବନ ଗଲା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଠୁର୍ଲାରେ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବା ବେଳେ ଲୋଚନାବତୀ ସାହୁ ନାମକ ଜଣେ ମହିଳା ଟେକା ମାଡ଼ରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଅଧିକ ତଥ୍ୟ ପଚରାଉଚରା ପାଇଁ ଅଭିଯୁକ୍ତ କିଶୋର ତାରିଆକୁ ଅଟକ ରଖିଛି । ପୁଲିସ ଭର ସୂଚନା ମୁତାବକ, ରବିବାର ରାତିରେ କୁଠୁର୍ଲା ଗାଁରେ କିଶୋର ତରିଆ ଏବଂ ଦଶବ ସାହୁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଛଡ଼ାଇବାକୁ ଯାଇଥିବା ଦଶବଙ୍କ ମା’ ଲୋଚନବତୀ ସେଠାକୁ ଯାଉଥିଲେ । ଏହି ସମୟରେ ଟେକା ମାଡ ହେବାରୁ ସେ ତଳେ ପଡ଼ି ଯାଇଥିଲେ । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଡାକ୍ତରଖାନ ନେଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଉଥିଲା । ହେଲେ ବାଟରେ ତାଙ୍କ ମୃତ୍ୟୁ ହୋଇଥିବା ଗାଁ ଲୋକଙ୍କଠାରୁ ସୂଚନା ମିଳିଛି । ଶବ ଗାଁରେ ପହଞ୍ଚିବା ପରେ ସୋନଗଡ ନଦୀ କୂଳରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଅଭିଯୁକ୍ତ କିଶୋରକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ କରୁଛି । ତଦନ୍ତ ଚାଲିଛି ପରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ଥାନା ଅଧିକାରୀ ତାରାବତୀ ପ୍ରଧାନ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

1 × 3 =

error: Content is protected !!