
ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତ ଅନ୍ତର୍ଗତ ଜଲପପଦର ଗାଁରୁ ଆସିଛି ଏକ ଅଭାବନୀୟ ଘଟଣା । ଗଛରେ ଚଢ଼ିଥିବା ବେଳେ ତଳକୁ ଖସି ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ଜଲପପଦର ଗାଁର ଧନୁ ସରାଫ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଧନୁ ଗଛରେ ଚଢ଼ିଥିବା ସମୟରେ ଅସାବଧାନତାବଶତଃ ତଳକୁ ଖସି ପଡ଼ିଥିଲେ । ଘଟଣା ପରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଜଣାପଡ଼ିଛି । ତେବେ ଏହା ଦୁର୍ଘଟଣାଜନିତ ମୃତ୍ୟୁ ନା ଅନ୍ୟ କୌଣସି କାରଣରୁ ଘଟିଛି ତାହା ଜଣାପଡିନାହିଁ । ଅନ୍ୟପଟେ ଘଟଣାସ୍ଥଳରେ ସଇଁତଲା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।