jayashree

କଣ୍ଟାବାଞ୍ଜିରେ ପ୍ରବଳ ବର୍ଷା: ରାସ୍ତା ଉପରେ ଉପୁଡ଼ି ପଡ଼ିଲା ବଡ଼ ଗଛ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ପ୍ରବଳ ବର୍ଷା ମଧ୍ୟରେ କଣ୍ଟାବାଞ୍ଜି ପୋଲିସ ଥାନା ସମ୍ମୁଖ ମୁଖ୍ୟ ରାସ୍ତାରେ ଗଛ ଉପୁଡ଼ି ପଡ଼ିବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁଯାୟୀ, ପୋଲିସ ଷ୍ଟାଫ୍ କ୍ୱାର୍ଟର୍ସ ପରିସରରେ ଥିବା ଏକ ବଡ଼ ଗଛ ପ୍ରବଳ ପବନ ଯୋଗୁଁ ଉପୁଡ଼ି ମୁଖ୍ୟ ରାସ୍ତା ଉପରେ ପଡ଼ିଥିଲା । ଫଳରେ ରାସ୍ତାର ଏକ ଅଂଶ ଅବରୋଧ ହେବା ସହ ଯାତାୟାତ କରୁଥିବା ଲୋକେ ଅସୁବିଧାରେ ପଡ଼ିଥିଲେ । ସାମ୍ବାଦିକ ତୁଳସୀ ରାମ ଜଗତଙ୍କ ପ୍ରଚେଷ୍ଟାରେ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛଟିକୁ କାଟି ରାସ୍ତାରୁ ହଟାଇଥିଲେ । ଏହାପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

Leave A Reply

Your email address will not be published.