jayashree

ଦେଓଗାଁରେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା, କାରଣ ଖୋଜୁଛି ପୁଲିସ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ଥାନା ଅଞ୍ଚଳର ସାଗରପାଲି ରେଳ ଷ୍ଟେସନ ନିକଟରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୃତ ଯୁବତୀ ଜଣକ ସ୍ନେହ ଚନ୍ଦେଲ ବୋଲି ଜଣାପଡ଼ିଛି । ଘରେ କେହି ନଥିବା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଖବର ପାଇ ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପ୍ରାଥମିକ ତଦନ୍ତ କରିଥିଲା । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ସ୍ନେହଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କଣ, ତାହା ଏବେ ବି ଅସ୍ପଷ୍ଟ । ଏହା ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣ—ସେନେଇ ତଦନ୍ତ ଚଳାଇଛି ପୁଲିସ । ଘଟଣାସ୍ଥଳର ପରିସ୍ଥିତି, ପରିବାର ଲୋକଙ୍କ ବୟାନ ଓ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ପୁଲିସ ତଦନ୍ତ ଆଗକୁ ବଢ଼ିବା ସହ ଘଟଣାର ରହସ୍ୟ ଖୋଲିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.