jayashree

ଦେଢେଲ ଗାଁରେ ବୃକ୍ଷ ରୋପଣ

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକ ଘୁନସର ପଞ୍ଚାୟତ ଅନ୍ତର୍ଗତ ଦେଢେଲ ଗାଁରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଅନୁରାଧା ସେଠଙ୍କ ନେତୃତ୍ୱରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବେଲଗାଁ ଫରେଷ୍ଟର ଆଶୁତୋଷ ମହାକୁର ଯୋଗଦେଇ ବୃକ୍ଷର ଗୁରୁତ୍ୱ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ । ଏଥିରେ ବରୁଣ ସେଠ, ମାର୍କଣ୍ଡ ମାଝୀ, ସଂଜୟ ସେଠ, ଚମ୍ପୁ ସେଠ, ନାଏବ ସରପଞ୍ଚ ଦେବରାଜ ପ୍ରଧାନଙ୍କ ସମେତ ଏସ୍‌ଏଚ୍‌ଜି ମହିଳାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.