
ସୁନ୍ଦରଗଡ : ସୁନ୍ଦରଗଡ ବଡ଼ଗାଁ ଥାନା ମରିଚିମୁଣ୍ଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାମନବମୀ ଯାତ୍ରା ଦେଖି ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ । ଯାହାଫଳରେ ବାଇକ୍ରେ ଥିବା ତିନି ଜଣ ଆରୋହୀଙ୍କ ଜୀବନ ଚାଲିଯାଇଛି । ସମସ୍ତ ମୃତକ ସ୍ଥାନୀୟ ବିରତୁଲା ଗାଁର ବୋଲି ଜଣାପଡିଛି । ଖବର ଅନୁସାରେ, ବିରତୁଲା ଗାଁର ତିନି ଜଣ ଯୁବକ ଏକ ବାଇକ୍ ଯୋଗେ ପାଖ ଗାଁକୁ ରାମନବମୀ ଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରେ ଯାତ୍ରା ଦେଖି ଫେରୁଥିବା ସମୟରେ ସୁନ୍ଦରଗଡ଼ ବଡ଼ଗାଁ ଥାନା ମରିଚିମୁଣ୍ଡି ନିକଟରେ ଏକ ଟ୍ରକ ଆସି ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍ରେ ଥିବା ତିନି ଜଣ ଯୁବକ ଘଟଣାସ୍ଥଳରେ ହିଁ ଅଚେତ ହୋଇପଡିଥିଲେ । ଏହାପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ତିନି ଜଣ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତିନି ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ।