csstore

ଦେଓଗାଁ ବ୍ଲକ ପରିସରରେ ଶ୍ରୀ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୧ଟା ସମୟରେ ଦେଓଗାଁ ବ୍ଲକ ପରିସରରେ ଥିବା ହନୁମାନ ମନ୍ଦିରରେ ଜୟ ବୀର ବଜରଙ୍ଗବଳୀ ଯୁବକ ସଂଘ (ବ୍ଲକ କଳୋନୀ) ପକ୍ଷରୁ ୩୬ତମ ହନୁମାନ ଜୟନ୍ତୀ ଓ ପଣା ସକ୍ରାନ୍ତି ମହୋତ୍ସବ ଉଦଯାପିତ ହୋଇଯାଇଛି । ବଜରଙ୍ଗବଳୀ ଯୁବକ ସଂଘର ନେତୃତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଦସୟାନିଧୀ ଖମାରୀ, ବିଡ଼ିଓ ପ୍ରିୟରଞ୍ଜନ କୁମାର, ଏବିଡ଼ିଓ ପୁଷ୍ପଞ୍ଜଳୀ ନାଏକ, ସହ ଦଳଗଞ୍ଜନ ଜାଲ, ମନୋଜ ପଧାନ, ସଞ୍ଜୟ ବେଦବାକ, କୃଷ୍ଣ ଚନ୍ଦ୍ର ଭୋଇ, ହୀରେନ୍ଦ୍ର ବିଶ୍ୱାଲ, ଗୁଳଜାର ଦଲାଇ, ଅନନ୍ତ ତାଣ୍ଡି, ସନତ ସାହୁ, ରିକେଶ ସେଠ, ବଂଶୀଧର ସାହୁ ସମସ୍ତେ ସହଯୋଗ କରିଥିଲେ । ଏହି ପରିପେକ୍ଷିରେ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ହୋଇଥିଲା । ପଣ୍ଡିତ ଶ୍ରୀ ଜଗତପତୀ ଦାନୀ (ବୁର୍ଡ଼ା) ପୁରାଣ ପଠନ କରିଥିବା ବେଳେ ନିମାଇଁ ଚରଣ ଦାଶ, ପ୍ରଫୁଲ୍ଲ ବାଗ, ଉଗ୍ରେସନ, ରବିନ୍ଦ୍ର ପଧାନ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଯୁବକ ସଂଘର ନରେନ୍ଦ୍ର ବିଶ୍ୱାଲ, କିରନ ପଟ୍ଟନାୟକ, ମୃତ୍ୟୁଞ୍ଜୟ ପଧାନ, ସାନ ପଟ୍ଟନାୟକ, ପ୍ରଦିପ ବିଶ୍ୱାଲ, ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.