om academy

ସାଲେଭଟା ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଠାବ

jsm

କଳାହାଣ୍ଡି, (କେପିଏନ୍‌ଏସ୍‌) : ପଲମ ଫାଣ୍ଡି ଅଧୀନସ୍ଥ ସାଲେଭଟା ଗ୍ରାମ୍ୟ ଜଙ୍ଗଲ ନିକଟସ୍ଥ ଏକ ଗଛରୁ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖାଯାଇଥିଲା । ଖବର ପାଇ ପଲମ ଫାଣ୍ଡି ଅଧିକାରୀ ଅସିତ କୁମାର ପଣ୍ଡା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ମୃତକମାନେ ହେଲେ ସିଲେଟପଡା ଗ୍ରାମର ଲିଙ୍ଗରାଜ ମାଝୀ(୪୦) ଓ ମିନି ପରାଭୋଏଙ୍କ ସ୍ତ୍ରୀ ବବି ପରାଭୋଏ (୩୦) । ପ୍ରାପ୍ତ ସୂଚନା ଆଧାରରେ ବବି ପରାଭୋଏ ନିଖୋଜ ହୋଇ ଯାଇଥିବା ନେଇ ତାଙ୍କ ସ୍ୱାମୀ ମିନି ପରାଭୋଏ ଶନିବାର ଦିନ ପଲମ ଫାଣ୍ଡି ଠାରେ ଅଭିଯୋଗ କରିଥିଲେ । ଅନ୍ୟପଟେ ମୃତ ମହିଳା ଓ ଯୁବକଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିବା ଜଣାପଡିଛି । ଏପଟେ ଏହା ହତ୍ୟା ନା ଆତ୍ମହତ୍ୟା‌ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଣୁ ଘଟଣାର ଉପଯୁକ୍ତ ତଦନ୍ତ ହେଲେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ ବୋଲି ବୁଦ୍ଧିଜୀବୀ କହୁଛନ୍ତି ।

Leave A Reply

Your email address will not be published.