କୋଭାସ୍କିନ ଭେକ୍‌ସିନ୍‌କୁ ଅଧିକ ପ୍ରଭାବୀ କରିବା ପାଇଁ ଏହି ଔଷଧ ବ୍ୟବହାର କରିବ ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ : କରୋନାର ଭେକ୍‌ସିନ୍‌ ତିଆରୁଥିବା ଇଣ୍ଡିଆନ୍‌ ମେଡ଼ିକାଲ୍‌ କଂପାନୀ ଭାରତ ବାୟୋଟେକ୍‌ କହିଛି ଯେ, ନିଜର କରୋନା ଭେକ୍‌ସିନ୍‌ କୋଭାସ୍କିନ୍‌ରେ ଏକ ପ୍ରକାର ଏଭଳି ଔଷଧ ମିଶାଇବ, ଯାହାଫଳରେ ପ୍ରତିରୋଧ କ୍ଷମତା ଆହୁରି ଶକ୍ତିଶାଳୀ ହେବ ଓ ଏହାଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଇମ୍ୟୁନିଟି ଶକ୍ତି ମିଳିବ । ଆମେରିକାର କେନ୍‌ସନ ସ୍ଥିତ ଭେକ୍‌ସିନ ନିର୍ମାଣକାରୀ କଂପାନୀ ଭାଇରୋଭେକ୍ସ ଏଲ୍‌ଏଲ୍‌ସି ଅଲହାଇଡ୍ରୋକ୍ସିକ୍ୱିମ୍‌-୨ର ଉତ୍ପାଦନ କରେ । ଏହି କଂପାନୀ ସହ ବୁଝାମଣା ପରେ ଭାରତ ବାୟୋଟେକ୍‌ ଏହି ଔଷଧକୁ ବ୍ୟବହାର କରିବ । ହାଇଦ୍ରାବାଦ୍‌ ସ୍ଥିତ ଔଷଧ କଂପାନୀ ଭାରତ ବାୟାଟେକ୍‌ କରୋନା ପାଇଁ ଭେକ୍‌ସିନ୍‌ ଲଂଚ କରିବାକୁ ଘୋଷଣା କରିଛି । ଏହି କଂପାନୀକୁ ଡ୍ରଗ୍‌ କଂଟ୍ରୋଲ ଜେନେରାଲ ଆଫ୍‌ ଇଣ୍ଡିଆ ପକ୍ଷରୁ ଭେକ୍‌ସିନ୍‌ ପ୍ରସ୍ତୁତ ନିମନ୍ତେ ଅନୁମତି ମିଳିଛି । ଏହି କଂପାନୀ କୋଭାସ୍କିନ୍‌ର ଫେଜ୍‌-୨ ମାନବ ପରୀକ୍ଷଣ ଜାରି ରଖିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.