ଦେଶରେ ଗତ ୨୪ ଘଂଟାରେ ୭୫,୮୨୯ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀରେ ମୃତକଙ୍କ ସଂଖ୍ୟା ଏକ ଲକ୍ଷ ଟପି ଯାଇଛି । ସଂକ୍ରମଣ କ୍ଷେତ୍ରରେ ଭାରତ ଯଦିବି ସାରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି, କିନ୍ତୁ ମୃତ୍ୟୁ କ୍ଷେତ୍ରରେ ତୃତୀୟ ସ୍ଥାନରେ ଅଛି । ଆଶ୍ୱସ୍ତର କଥା ଯେ, ଆଜି ଯାଏଁ ଦେଶରେ ୫୫୦୯୯୬୬ ଜଣ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି । ତେବେ ଏଇ ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କରୋନା ଭେକ୍‌ସିନ ଆସିବାର ତାରିଖ ଘୋଷଣା କରିପାରନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ରିପୋର୍ଟ ଅନୁସାରେ ଗତ ୨୪ ଘଂଟାରେ ୭୫,୮୨୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୪୦ ଜଣଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.