
- ପ୍ରକୃତି ପ୍ରାଣରେ ଜୀବନ ସଂଚାରର ପ୍ରକୃଷ୍ଟ ନିଦର୍ଶନ
ମ.ରାମପୁର, (ପି.କେ ସାହୁ) : କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ପ୍ରକୃତି ପ୍ରାଣରେ ଜୀବନ ସଂଚାରର ପ୍ରକୃଷ୍ଟ ନିଦର୍ଶନ ହେଉଛି ମେହେର ସାହିତ୍ୟ ବୋଲି ୧୬୫ତମ ମେହେର ଜୟନ୍ତୀରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ, ମୁଖ୍ୟବକ୍ତା ଭାବେ କବି ତଥା ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ଯୋଗଦେଇ ଗଙ୍ଗାଧର ସାହିତ୍ୟର ଆଲୋଚନା କରିଥିଲେ । ସଂପାଦକ ହେମନ୍ତ ସାହୁ ମଂଚ ପରିଚାଳନା କରିଥିଲେ । କବୟିତ୍ରୀ ସରସ୍ୱତୀ ମିଶ୍ର ଓ କୁମୁଦିନୀ ମହାରଣାଙ୍କ ସଂଯୋଜନାରେ ଚାଳିଶରୁ ଉର୍ଦ୍ଧ୍ୱ କବି କବିତା ପାଠ କରିଥିଲେ । ଏହି ଅବସରରେ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟରୁ ଯୁବବର୍ଗ ମଧ୍ୟରେ ତେରଗୋଟି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବାବେଳେ ଆଜୀବନ ସଦସ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ଉପସଭାପତି ରାକେଶ ଶତପଥୀ, ପବନ ମହାଲିକ, ସୁଶାନ୍ତ ମିଶ୍ର ପରିଚାଳନା କରିଥିବାବେଳେ ସହ ସଂପାଦକ ପରମାନନ୍ଦ ବିଶି ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ ଉଦୟ ନାୟକ, ରୀତେଶ ଶତପଥୀ, ରାମେଶ୍ୱର ପ୍ରସାଦ ସାହୁ, ପ୍ରଦୀପ ସାହୁ, ହୃଦାନନ୍ଦ ସାହୁ, କୀର୍ତ୍ତନ ଘିଭେଲା, ଉଦୟ ନାୟକ, ସୁରେନ୍ଦ୍ର ମହାଖୁଡ଼, ମାନସ ରଞ୍ଜନ ପ୍ରହରାଜ, କାହ୍ନୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।