jayashree

ପବିତ୍ର ଗହ୍ମା ପୂର୍ଣ୍ଣିମାରେ ବିଧାୟକ ଦୁର୍ଗା ତନ୍ତୀଙ୍କ ଦ୍ଵାରା ଗୋମାତାଙ୍କ ପୂଜାର୍ଚ୍ଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପବିତ୍ର ରକ୍ଷା ବନ୍ଧନ ଏବଂ ଗହ୍ମା ପୂର୍ଣ୍ଣିମା ଅବସରରେ ବେଦବ୍ୟାସ ଠାରେ ଥିବା ଗୋଶାଳକୁ ଯାଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ନିଜ ଧର୍ମପତ୍ନୀ ଶ୍ରୀମତୀ ସୁଚିତ୍ରା ତନ୍ତୀଙ୍କ ସହିତ ଗୋଶାଳା ପରିଷରରେ ଥିବା ଲଡ଼ୁ ଗୋପାଳ, ରାଧାକୃଷ୍ଣ ମନ୍ଦିରରେ ବିରାଜମାନ ଥିବା ଦେବୀ ଦେବତାଙ୍କୁ ପୂଜାର୍ଚ୍ଚନା କରିବା ପରେ ସେଠାକାର ବ୍ୟବସ୍ଥା ଅନୁଯାୟୀ ସଂକଳ୍ପ କରି ପରିଷରରେ ଥିବା ଗୋମାତା ଏବଂ ନନ୍ଦୀ ମହାରାଜାଙ୍କୁ ଗୁଡ଼, ଦାନା ଏବଂ ଘାସ ଆଦି ନିଜ ହାତରେ ନିଜ ଧର୍ମପତ୍ନୀ ଶ୍ରୀମତୀ ସୁଚିତ୍ରା ତନ୍ତୀଙ୍କ ସହିତ ଖୁଆଇ ଦେଇଥିଲେ । ଏହି ଅବସରରେ ଶ୍ରୀ ତନ୍ତୀଙ୍କ ସହିତ ଗୋଶାଳାର ବରିଷ୍ଠ ସଦସ୍ୟ ରମେଶ ଅଗ୍ରୱାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.