jayashree

ନିଆରା ଢଙ୍ଗରେ ରକ୍ଷାବନ୍ଧନ ପାଳିଲା ଦର୍ଶୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦର୍ଶୀ ରକ୍ଷାବନ୍ଧନ ଉତ୍ସବ ନିଆରା ଢଙ୍ଗରେ ପାଳନ କରିଛି । ୭/୧୭ ଛକଠାରେ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଦର୍ଶୀ, କେବଳ ଭାଇ ନୁହେଁ ପ୍ରକୃତି ଆମକୁ ଜୀବନ ଦେଉଥିବାରୁ, ଗଛକୁ ମଧ୍ୟ ସୁରକ୍ଷାର ପ୍ରତିଶୃତି ରଖି ରକ୍ଷାବନ୍ଧନ କାର୍ଯ୍ୟକ୍ରମ କରିଥିଲା । ଦର୍ଶୀର ମୁଖ୍ୟ ରଶ୍ମିରେଖା ମିଶ୍ର ଓ ସମ୍ପାଦିକା ସ୍ୱାଗତିକା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପୁଲିସ ଅଧିକାରୀ ଡ. ସୁମନ ଦତ୍ତ, ଚିତ୍ରଶିଳ୍ପୀ ଦେବେନ୍ଦ୍ର ମହାରଣା, କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ମତ ରଖିଥିଲେ । ଭାଇ ଯେପରି ଭଉଣୀର ସୁରକ୍ଷାରେ ସହାୟତା କରେ, ସେହିପରି ବୃକ୍ଷ କେବଳ ଆମକୁ ଅମ୍ଳଜାନ ନୁହେଁ ଫଳ, ପୁଷ୍ପ, ପତ୍ର, ମୂର୍ତ୍ତିକା କ୍ଷୟରୁ ବଞ୍ଚାଇବା ସହ ଓ ପ୍ରକୃତିର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରେ । ଏଥିପାଇଁ ପ୍ରତ୍ୟେକ ଜନସାଧାରଣ ଏ ସମ୍ପର୍କରେ ଅଧିକ ସଚେତନ ହୋଇ ଗଛର ଯତ୍ନ ନେବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ସଦସ୍ୟାମାନେ ରାକ୍ଷୀ ବାନ୍ଧିବା ସହ ଓ ପଥଚାରୀ ମାନଙ୍କୁ ବିଭିନ୍ନ ପ୍ରକାରର ଚାରା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଜାତା ସାହୁ, ସୁଜାତା ପାଣିଗ୍ରାହୀ, ସଂଯୁକ୍ତା ଜେନା, କଳ୍ପନା ଚକ୍ରବର୍ତ୍ତୀ, ରିଙ୍କି କୁମାରୀ, ରବିନାରାୟଣ ପଣ୍ଡା, ମାଧବାନନ୍ଦ ସାହୁ, ସତ୍ୟବ୍ରତ ପଣ୍ଡା, ବାବାଜୀ ସେନାପତି, ପ୍ରବୀର ଚକ୍ରବର୍ତ୍ତୀ, ପ୍ରବୋଧ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.