csstore

ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ବୋଷ ଜୟନ୍ତୀ

ବରଗଡ଼, (କେପିଏନ୍‌ଏସ୍‌) : ସ୍ଥାନୀୟ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟଠାରେ ଦେଶର ଦୁଇ ବରପୁତ୍ର ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ମାନସିକ ଅନାଗ୍ରସର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମେଘନାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସଭାରେ ଅଞ୍ଚଳ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡା. ଶକ୍ତି କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ପାୱାର ଅଫ ଦିବ୍ୟାଙ୍ଗର ଉପସଭାପତି ଅଶୋକ ଅଗ୍ରୱାଲ, ସମାଜସେବୀ ତାରାକାନ୍ତ ପଧାନ, ବିଦ୍ୟାଳୟ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ସମାରୁ ପଧାନ, ଦୂରଦର୍ଶନର ରିପୋର୍ଟର ତଥା ଗଣଦୃଷ୍ଟି ୟୁଟୁପ ଚେନାଲର ମୁଖ୍ୟ ଉମେଶ ବିଶ୍ୱାଳ, ବଧିର ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ ମଞ୍ଚାସୀନ ଥିଲେ । ଦୃଷ୍ଟିବାଧିତ ଛାତ୍ରୀମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ଗାନ ପରେ ମହାପୁରୁଷ ଦ୍ୱୟଙ୍କ ଫଟୋ ଚିତ୍ର ସମ୍ବୁଖରେ ଅତିଥିଗଣଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ ପରେ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ ଉଦ୍ଦେଶ୍ୟ ଜ୍ଞାପନ ତଥା ଅତିଥି ପରିଚୟ ପ୍ରଦାନ ସହ ମହାପୁରୁଷଙ୍କ ସଂଗ୍ରାମୀ ଜୀବନ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଡା. ତ୍ରିପାଠୀ ଓଡିଶାର ମହାନ ସଂଗ୍ରାମୀ ଦ୍ୱୟଙ୍କ ତ୍ୟାଗ ବଳିଦାନକୁ ସ୍ମରଣ କରି ତାଙ୍କ ସଂଗ୍ରାମୀ ଜୀବନ ପ୍ରତି ଅନୁପ୍ରାଣିତ ହେବା ଉଚିତ ବୋଲି ନିଜର ମତ ପୋଷଣ କରିଥିଲେ । କମିଟିର ସଦସ୍ୟ ଶ୍ରୀଯୁକ୍ତ ପଧାନ ଦେଶାତ୍ମବୋଧ ସଂଗୀତ ଗାନକରି ଛାତ୍ରଛାତ୍ରୀଙ୍କୁ ଦେଶ ଭକ୍ତିରେ ଭିଜେଇ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ନେପାଳ ଦୁଆନ ନିଜର ବକ୍ତବ୍ୟ ରଖିଥିବା ବେଳେ ଶିକ୍ଷକ ଦୁଃଖିସେବକ ସାହୁ ସାଂକେତିକ ଭାଷା ମାଧ୍ୟ୍ୟମରେ ଛାତ୍ରଛାତ୍ରୀଙ୍କୁ ତଥ୍ୟ ଉପସ୍ଥାପନ କରିଥିଲେ । ପରିଶେଷରେ କାମଦେବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.