csstore

ସମ୍ବାଦ ସାହିତ୍ୟ ଘର ଗୁଡଭେଲା ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ଶନିବାର ଅପରାହ୍ନ ୪ ଘଟିକା ସମୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ସଭାଗୃହରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତୁଳସୀ ଜୈନ ଯୋଗଦେଇ ଗୃହକୁ ମନ୍ଦିର ଓ ପୁସ୍ତକକୁ ଦେବତା ସହ ଅଭିହିତ କରିଥିଲେ । ସେ ଗଙ୍ଗାଧର ମେହେର କବିଙ୍କ କାଳଜୟୀ ରଚନା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି, ଗାଳ୍ପିକ ଓ ଅନୁବାଦକ ବନବାସ ମେହେର ଯୋଗଦେଇ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଓ ତାଙ୍କର ଅମ୍ଳାନ ସର୍ଜନା ସମ୍ପର୍କରେ ବଖାଣିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ବରୁଣ ସାହୁ ଓ ପ୍ରଧାନାଚାର୍ଯ୍ୟ ସୁଶୀଳ କୁମାର ଦାଶ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ ସ୍ଵାଗତ ସଂଗୀତ ପରିବେଷଣ କରିଥିବା ବେଳେ ସଭା ଶେଷରେ କବି ଭକ୍ତବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ସାରସ୍ଵତ ସାଧକ ସମ୍ମାନ (ଏକଲକ୍ଷ ଟଙ୍କାର ଚେକ୍, ମାନପତ୍ର ଓ ଉପଢ଼ୌକନ) ପାଇଥିବା ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତୁଳସୀ ଜୈନଙ୍କୁ ସମ୍ବାଦ ସାହିତ୍ୟଘର ଗୁଡଭେଲା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସାରସ୍ଵତ ସମାବେଶରେ କବି ଚୁଟୁନାଗ, ସନ୍ତୋଷ କୁମାର ବେହେରା, ଦେବେନ୍ଦ୍ର ଭୋଇ, ପ୍ରହଲ୍ଲାଦ ଦଣ୍ଡସେନା, ଲିପୁନ ସାହୁ, ସଞ୍ଜୀବ କୁମାର ସାହୁ, ରାମ ଗୋପାଳ, ମନୋଜ କଲତା, ପୁରନ୍ଦର ସାହୁ, ସୁରେଶ ଚନ୍ଦ୍ର ସାହୁ, ଶିବ ଶଙ୍କର ମନହୀରା, ପଞ୍ଚାନନ ତ୍ରିପାଠୀ, ଲିଙ୍ଗରାଜ ପ୍ରଧାନ, ରମେଶ ଚନ୍ଦ୍ର ଘିଭେଲା, ଯେମନ୍ତ ରଣା, ଗଣେଶ୍ଵର ମେହେର, ଜଗା ସାମଲ ଓ କବୟିତ୍ରୀ କନକଲତା ପଣ୍ଡା, ହୀରାବତୀ ସାହୁ, ମୀନା ଦାସ, ନିରୂପମା ତନ୍ତୀ, ରୀତା ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.