pakka

ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ

bbehera

ଅନୁଗୁଳ : ଶୁକ୍ରବାର ମଧ୍ୟରାତ୍ରୀରେ ରାଞ୍ଚିରୁ ଭୁବନେଶ୍ୱର ଯାଉଥିବା ଭୋଳାନାଥ ନାମକ ଯାତ୍ରୀବାହୀ ବସ୍ ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଯୁଗଳ ଛକ ଉପକଣ୍ଠ ଦୁର୍ଗାପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡ଼ିଛି । ବସର ସମସ୍ତ ଯାତ୍ରୀ ଶୋଇଯାଇଥିବାବେଳେ ଉକ୍ତ ଦୁର୍ଘଟଣା ଘଟିଛି । ବସ ଚାଳକଙ୍କ ସମେତ କେତେକ ଯାତ୍ରୀ ଗୁରୁତର ଥିଲେ ବି ସୌଭାଗ୍ୟବଶତଃ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ସଦଳବଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ ବେତନଟୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

2 × one =