csstore

ସ୍ପୋର୍ଟସ ହଷ୍ଟେଲ ଚୟନ ଶିବିର ପାଇଁ ଜିଲ୍ଲାର ୧୨ ଜଣ ଫୁଟବଲ ଖେଳାଳୀଙ୍କ ଯାତ୍ରା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମରେ ହୋଇଥିବା ୟୁ -୧୫ ସିଏମ ଟ୍ରଫିରେ ସୁବର୍ଣ୍ଣପୁର ଫୁଟବଲ ଦଳର ୧୨ ଜଣ ଫୁଟବଲ ଖେଳାଳୀ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିବାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ହେବାକୁ ଥିବା ଫୁଟବଲ ସ୍ପୋର୍ଟ୍ସ ହଷ୍ଟେଲ ଚୟନ ଶିବିର ପାଇଁ ଯାତ୍ରା କରିଛନ୍ତି । ଜିଲ୍ଲା କ୍ରୀଡାସଂଘ, ରାମଧୂନ୍ କ୍ଲବ ଓ ବିଭିନ୍ନ କ୍ରୀଡ଼ା ସଂଗଠନ ପକ୍ଷରୁ ଏହି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରୁ ଯେତେ ଅଧିକ ଫୁଟବଲ ଖେଳାଳି ଫୁଟବଲ ସ୍ପୋର୍ଟ୍ସ ହଷ୍ଟେଲରେ ସ୍ଥାନ ବା ସୁଯୋଗ ପାଇବେ ତାହା ଜିଲ୍ଲାର ଗୌରବ ବୃଦ୍ଧି ହେବ ବୋଲି ପ୍ରକାଶ କରିଛନ୍ତି । ଏହି ଦଳରେ ହୃଷିକେଶ ବେହେରା, ଆଶୁତୋଷ ବେହେରା, ଅଂଶୁମାନ ବେହେରା, ମନିସ ସେଠୀ, ବିକାଶ ବେହେରା, ବାସୁଦେବ ବେହେରା, ଅଂଶୁମାନ ପଣ୍ଡା, ଭିକି ବେହେରା, କାହ୍ନ। ଗଡତିଆ, ଓମ୍ ପ୍ରକାଶ ବେହେରା, ମନୋରଞ୍ଜନ ସେଠି, ଲିପୁନ ତାଣ୍ଡି ପ୍ରମୁଖ ସୁବର୍ଣ୍ଣପୁର ଜିଲ୍ଲାର ଏହି ସମସ୍ତ ଫୁଟବଲ ଖେଳାଳି ଫୁଟବଲ ସ୍ପୋର୍ଟସ ହଷ୍ଟେଲ ଚୟନ ଶିବିରକୁ ଯାତ୍ରା କରିଥିବା ଜଣାଯାଇଛି ।

jayashree
Leave A Reply

Your email address will not be published.