csstore

ଛତ୍ରପୁର ଚଳିତ ବର୍ଷ ହେବାକୁ ଥିବା ଠାକୁରାଣୀ ଯାତ୍ରା ନିମନ୍ତେ କମିଟି ମନୋନୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ପ୍ରତି ଦୁଇବର୍ଷକୁ ଥରେ ଆୟୋଜିତ ହେଉଥିବା ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ପାଳନ ନିମନ୍ତେ ମନ୍ଦିର କମିଟି ପକ୍ଷରୁ ପ୍ରାକ୍-ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଅବସରରେ ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ରାମାୟଣାମ୍ମା ଠାକୁରାଣୀ ମନ୍ଦିର ପରିସରରେ କମିଟି ପକ୍ଷରୁ ଏକ ସାଧାରଣ ବୈଠକ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଯାତ୍ରା ବର୍ଣ୍ଣାଢ଼୍ୟ ସମାରୋହରେ ତଥା ବିଧିବଦ୍ଧ ବ୍ୟବସ୍ଥାର ସହ ଯାକଜମକରେ ପାଳନ କରାଯିବା ନିମନ୍ତେ ଚଳିତ ବର୍ଷର ପୁନଃ ସକ୍ରିୟ ଯାତ୍ରା କମିଟି ଗଠନ କରାଯାଇଛି । ଚଳିତ ବର୍ଷ ଠାକୁରାଣୀ ଯାତ୍ରା କମିଟିର ମ୍ୟାନେଜର ସି.ଏଚ୍. ଦୟାନନ୍ଦ ରେଡ୍ଡୀ, ଭାଇସ୍-ମ୍ୟାନେଜର ଏମ୍. ସମରେନ୍ଦ୍ର ସେନାପତି, କୋଷାଧ୍ୟକ୍ଷ ପି. ରାଜୁ, ଆଇନ୍ ପରାମର୍ଶଦାତା ଆଇନଜୀବୀ ବି. ଶ୍ରୀନିବାସ, ଉପଦେଷ୍ଟା ମଣ୍ଡଳୀ ଭାବେ କେ. ଚନ୍ଦ୍ରଶେଖର ରେଡ୍ଡୀ, ସି.ଏଚ୍.ପୂର୍ଣ୍ଣ କୁମାର୍ ଏବଂ ମନ୍ଦିର କମିଟି ସଭାପତି ଭି. ତ୍ରିନାଥ ରାଓ ସର୍ବ ସମ୍ମତି କ୍ରମେ ମନୋନୀତ ହେଇଛନ୍ତି । ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମା’ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଶାନ୍ତିଶୃଙ୍ଖଳାର ସହ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯିବା ନିମନ୍ତେ ଆଲୋଚନା ହୋଇଛି ।

jayashree
Leave A Reply

Your email address will not be published.