ଜାତୀୟ ସ୍ତରୀୟ ମ୍ୟାଜିକ୍‌ ଫେଷ୍ଟିଭାଲ୍‌ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପୁରୀଠାରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରୀୟ ପୁରୀ ମ୍ୟାଜିକ୍‌ ଫେଷ୍ଟିଭାଲ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପୁରୀର ଉପାଧ୍ୟକ୍ଷ ହରିହର ହୋତା ଯୋଗଦାନ କରିଥିଲେ । ଫେଷ୍ଟିଭାଲର ସଂଯୋଜକ ଭାବେ ସୁଶାନ୍ତ ମହାରଣା, ଜିତେନ୍ଦ୍ର ସାହୁ, ଗଙ୍ଗାଧର ମଲ୍ଲିକ କାର୍ଯ୍ୟ ସୁଚାରୁ ରୂପେ ତୁଳାଇଥିଲେ । ବସନ୍ତ ମଲ୍ଲିକ ଓ ସୁଶ୍ରୀ ପ୍ରିୟଦର୍ଶିନୀ ମଲ୍ଲିକ ମଞ୍ଚ ପରିଚଳନା କରିଥିଲେ । ଦେଶର କୋଣ ଅନୁକୋଣରୁ ଯାଦୁଗରମାନେ ଯୋଗଦେଇ ଯାଦୁ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ସୌରଭ ଅଧିକାରୀ ପ୍ରଥମ, ସିଜନ୍ ମଣ୍ଡଳ ଦ୍ୱିତୀୟ, ଅଜିତ ଯାଦୁକର ତୃତୀୟ ସ୍ଥାନ ଅଧିକାର କରିଥିଲେ । କୌଶିକ ବିଶ୍ୱାସ, ଶୁଭ୍ରାଂଶୁ ଚକ୍ରବର୍ତ୍ତୀ, ସୁନୀଲ କର୍ମକର ଯାଦୁ ଶିକ୍ଷା ପ୍ରଦାନ କରିଥିଲେ । ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଓ ଗାଲା ସୋ ପ୍ରଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଥିଲା । କାର୍ଯ୍ୟକ୍ରମରେ ଖୁସି ହୋଇ ଯାଦୁଗରମାନେ ବହୁତ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

2 × 2 =