csstore

ଅନ୍ୱେଷାର ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ କଳ୍ପତରୁ ଆଶ୍ରମଠାରେ ସାମୁହିକ ଜନ୍ମ ଦିବସ ପାଳନ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବନମାଳି କର, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ସଂଜୀବ ନାୟକ, ସସ୍ମିତା ପ୍ରଧାନ, ଗୌରୀ କୁମ୍ଭାର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜୁଲାଇ ମାସରେ ଜନ୍ମ ହୋଇଥିବା ଅନ୍ତେବାସୀ ଓ କବି କୁଞ୍ଜବିହାରୀ ରାଉତଙ୍କ ଜନ୍ମଦିନ ପାଇଁ କେକ୍ କାଟିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ଅବସରରେ ଅତିଥିମାନେ ଅନୁଷ୍ଠାନର ୯୧ତମ ସାମୁହିକ ଜନ୍ମ ଦିବସ ପାଳନ ପାଇଁ ସାଧୁବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଦିବାକର ଦାସ, ପ୍ରଶାନ୍ତ କୁମାର ପାତ୍ର, ମୂରଲୀ ପଟ୍ଟନାୟକ, ରତିଲାଲ କୁମ୍ଭାର, ସ୍ୱାଗତିକା ସ୍ୱାଇଁ, ଗୋପାଳକୃଷ୍ଣ ଜେନା, ନିତାଞ୍ଜଳି ପରିଡା, ଆଶ୍ରମର ଗୋପାଳ ଗୋବିନ୍ଦ, ସୁର ବାବା, ଅରୁପାନନ୍ଦ ପରିଡା, ପ୍ରଦୀପ ବିଶୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.