pakka

ବିଜେପି ଛାଡି ବିଜେଡିରେ ଯୋଗଦାନ ପରେ ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା

bbehera

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ହେବାକୁ ଲାଗିଛି । ଧିରେ ଧିରେ ବିରୋଧୀ ଦଳର ବିଧାୟକ ପ୍ରାର୍ଥୀମାନେ ଗୋଟିଏ ପରେ ଗୋଟିଏ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ପ୍ରଥମେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ । ତାପରେ ବିଜେପି ଦଳର ଜିଲ୍ଲା ସମ୍ପାଦକ ତଥା ବିଧାୟକ ଆଶାୟୀ ପ୍ରାର୍ଥୀ ମୁକେଶ ଜୈନ ଭୁବନେଶ୍ୱର ଶଙ୍ଖ ଭବନରେ ବିଜୁ ଜନତା ଦଳରେ ଯୋଗଦାନ କଲେ । ବୁଧୁବାର ଦିନ ଟିଟିଲାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ମୁକେଶ ଜୈନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଜୁ ଜନତା ଦଳର ନେତୃବୃନ୍ଦ ଏବଂ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହେଇଥିବା ନେତୃବୃନ୍ଦମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ପ୍ରାର୍ଥୀନୀ ଶ୍ରୀମତି ଟୁକୁନି ସାହୁଙ୍କୁ ବିପୁଳ ଭୋଟ୍‌ରେ ବିଜୟୀ କରିବା ବୋଲି ନୂତନ ଭାବେ ଯୋଗ ଦେଇଥିବା ମୁକେଶ ଜୈନ କହିଥିଲେ ।

Leave A Reply

Your email address will not be published.

thirteen − 10 =