ମୁରିବାହାଲ ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ ସଭାପତିତ୍ୱରେ ତଥା ବ୍ଲକ ଡବ୍ଲୁଇଓ ଭୀମରାମ ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜମୋହନ ବିଷୋୟୀ ମୁଖ୍ୟ ଅତିଥି, ଉପାଧ୍ୟକ୍ଷା ନିରୁପମା ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ଜିପିଇଓ ଏନ୍‌ଜେ ଥିଓଫିଲ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବ୍ଲକ ସଭାପତି ରାଜୀବ କୁଅଁର, ଗଣ୍ଡ ସମାଜ ବ୍ଲକ ସଭାପତି ଗଙ୍ଗାରାମ କୁଅଁର, ବିଂଝାଲ ସମାଜ ବ୍ଲକ ସଭାପତି ବନମାଳୀ ବରିହା, ଉନ୍ନୟନ ପରିଷଦ ସଦସ୍ୟ ଭୁବନ ମାଝୀ, ନାରୀନେତ୍ରୀ ପତରଙ୍ଗୀ ମାଝୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ବର୍ଗର କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ସହ ଏହାର ସଂରକ୍ଷଣ ଓ ବ୍ୟାପକ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ଵଆରୋପ କରାଯାଇଥିଲା । ପରେ ଅନୁସୂଚିତ ଜନଜାତି ବର୍ଗର କଳାକାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ବର୍ଗର ବହୁ ସଂଖ୍ୟକ ଜନସାଧାରଣ ଯୋଗ ଦେଇଥିଲେ । ବ୍ଲକ ଏପିଓ ବସନ୍ତ ବଳିଆର ସିଂହ, ବ୍ଲକ କର୍ମଚାରୀ ରାଜ ସିଂ ବାବୁ, ଶ୍ରୀକାନ୍ତ ଜେନା ପ୍ରମୁଖଙ୍କ ସହ ଅନ୍ୟମାନେ ସହଯୋଗ କରିଥିବା ବେଳେ ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

nine − six =