ଜନମୁକ୍ତି ଅନୁଷ୍ଠାନର ୨୦୨୩-୨୪ ବର୍ଷର ୨୮ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଟୁପାଉଡାର ପଞ୍ଚାୟତ ଡୁଙ୍ଗୁରିଗୁଡା ଗ୍ରାମରେ ୨୦୨୩-୨୪ବର୍ଷ ପାଇଁ ଜନମୁକ୍ତି ଅନୁଷ୍ଠାନର ୨୮ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବୈଠକକୁ ପି. ସି. ପ୍ରକଳ୍ପର ପ୍ରୋଗ୍ରାମ ମ୍ୟାନେଜର ସଂଜୀବ କୁମାର ବାରିକ ପରିଚାଳନା କରିଥିଲେ । ଏଥିରେ ଅନୁଷ୍ଠାନର ସଭାପତି ବୈକୁଣ୍ଠ ବନଛୋର, ଉପସଭାପତି ଟେଭା ସଗରିଆ, କୋଷାଧ୍ୟକ୍ଷା ସୁବର୍ଣ୍ଣି ବାଗ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଜନମୁକ୍ତି ଅନୁଷ୍ଠାନର କାର୍ଯ୍ୟରତ ୫୦ଟି ଗ୍ରାମରୁ ୨ଜଣ ଲେଖାଏଁଙ୍କ ସହ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । ଏହି ସାଧାରଣ ସଭାରେ ଗୋଟିଏ ବର୍ଷ ପାଇଁ ବ୍ୟୟ ଆକଳନ, ଅଡିଟର ନିଯୁକ୍ତି, ପ୍ରକଳ୍ପ ଅନୁଯାୟୀ ସବୁ ବିବରଣୀ ପଠନ କରାଯାଇଥିଲା । ମୁଖ୍ୟତଃ ଏପିସି, ରିଲାଏନ୍ସ ଫାଉଂଡେସନ ଓ ଅଜିମ ପ୍ରେମଜୀ ଫାଉଂଡେସନର ବାର୍ଷିକ ବିବରଣୀ ସବୁ ପଠନ କରାଯାଇଥିଲା । ବାର୍ଷିକ ସାଧାରଣ ସଭାରେ ଅନୁଷ୍ଠାନର କର୍ମୀ ପ୍ରଶାନ୍ତ ବାରିକ, ସଂଜୀବ ବାରିକ, ଜୟସିଂ ବନଛୋର, ଲଳିତ ରଣା, ସଂଜିତା ହାତୀ, ସୁଶୀଲ ସାହୁ, ଜାନକୀ ଭୋଇ, ଏକାଉଣ୍ଟସ ଅଧିକାରୀ ଆଶିଷ ସା, ନବୀନ ସାହୁ, ଧରମ ସାହୁ, ହରିଶ୍ଚନ୍ଦ୍ର ବଗର୍ତି, ମହେନ୍ଦ୍ର ବାଗ, ଚିତ୍ରଲେଖା ସାହୁ, ଆରତୀ ଥାଟି, ମଗଶିର ସାହୁ, ଲୋଚନ ବାଗ, ବୈଷ୍ଣବ ମହାନନ୍ଦ, ବିଧୁ ବାଗ, ପ୍ରକାଶ ବନ୍ଦୀଛୋର, ଲକ୍ଷ୍ମୀଧର ବାଗ, ରଂଜିତା ହରପାଲ ପ୍ରମୁଖ ସହଯୋଗ କରିଥିଲେ । ସଭାଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଜୟସିଂ ବନଛୋର ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାପତି ବୈକୁଣ୍ଠ ବନଛୋର ସଭା ସାଙ୍ଗ ଘୋଷଣା କରିଥିଲେ ।

Leave A Reply

Your email address will not be published.

thirteen − four =