ଗୋହିରାପଦର ଗ୍ରାମରେ ଜଗନ୍ନାଥ ମନ୍ଦିର ରତ୍ନମୁଦ ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗୋହିରାପଦର ଗ୍ରାମରେ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଏକ ପୋଖରୀରୁ ବିରାଟ ଶୋଭାଯାତ୍ରାରେ ବାହାରି କଳସ ଆଣି ମନ୍ଦିରରେ ସ୍ଥାପନ କରାଯାଇଥିଲା । ଏହି ଉତ୍ସବରେ କର୍ତ୍ତା ଭାବରେ ତପନ ମେହେର ଓ ତାଙ୍କ ସହଧର୍ମିଣୀ ଯମୁନା ମେହେର ଏବଂ ଉପେନ୍ଦ୍ର ମେହେର ଓ ତାଙ୍କ ସହଧର୍ମିଣୀ ଲିଲାବତୀ ମେହେର ଦାୟିତ୍ୱ ତୁଳାଇ ଥିବା ବେଳେ ପୂଜକ ଭାବେ ବିନୋଦ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ରାଜନୈତିକ ବ୍ୟକ୍ତି ବିଶେଷମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଜଗତରନାଥ ଜଗନ୍ନାଥଙ୍କ ଉଚ୍ଚାରଣରେ କମ୍ପି ଉଠିଥିଲା ଗାଁ ଦାଣ୍ଡ । ମନ୍ଦିର ପରିସରରେ ଭଜନ କିର୍ତ୍ତନରେ ଝୁମିଥିଲେ ଶ୍ରଦ୍ଧାଳୁ । ଏଥିରେ ଗୋହିରାପଦର ଗ୍ରାମର ସମସ୍ତ ଗ୍ରାମବାସୀମାନେ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

Leave A Reply

Your email address will not be published.

thirteen + 15 =