ବାର୍ଡ ଫ୍ଲୁକୁ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ଵର : ବାର୍ଡ ଫ୍ଲୁକୁ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ । ସେ କହିଛନ୍ତି ଯେ, ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ସଂକ୍ରମିତ କୁକୁଡ଼ାଙ୍କୁ ମାରି ପୋତିଲେ ସେ ବାବଦରେ ଫାର୍ମ ମାଲିକଙ୍କୁ ଅନୁକମ୍ପା ରାଶି ମିଳିବ । ସଂକ୍ରମିତ ପକ୍ଷୀଙ୍କୁ ନବିକିବାକୁ ଫାର୍ମର ମାଲିକ ଏବଂ କାମ କରୁଥିବା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପ୍ରଫେସର ଡଃ. ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ପିପିଲି ସତ୍ୟବାଦୀ ୨ଟି ଜାଗାରେ ରିପୋର୍ଟ ଦେବା ସହ କୁକୁଡ଼ାମରା ଅଭିଯାନ ଚାଲିଛି । ଏନେଇ ଷ୍ଟେଟ ରାପିଡ ରେସପନ୍ସ ଟିମ୍ ଓ ଜିଲ୍ଲା ରାପିଡ ରେସପନ୍ସ ଟିମ୍ କାର୍ଯ୍ୟ କରୁଛନ୍ତି । ସଚେତନତା ପାଇଁ ଘରକୁ ଘର ପାମ୍ପଲେଟ ବଣ୍ଟା ଯାଉଛି। ଯେଉଁମାନେ ସଂକ୍ରମିତ କୁକୁଡ଼ା ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ପ୍ରତିଷେଧକ ଔଷଧ ଦିଆଯାଉଛି । ଏହି ୨ ଜାଗାକୁ ଛାଡ଼ିଲେ ଅନ୍ୟ କୌଣସି ସ୍ଥାନରେ ଚିହ୍ନଟ ହୋଇନାହିଁ । ଯେଉଁ ଅଞ୍ଚଳରେ ସଂକ୍ରମଣ ରହିଛି ସେହି ସ୍ଥାନରେ ଚିକେନ ଖାଆନ୍ତୁ ନାହିଁ। ସଂକ୍ରମିତ ପକ୍ଷୀଙ୍କୁ ନବିକିବାକୁ ଫାର୍ମର ମାଲିକ ଏବଂ କାମ କରୁଥିବା କର୍ମଚାରୀଙ୍କୁ କୁହାଯାଇଛି । ସେମାନଙ୍କୁ ମାରି ପୋତି ଦେବାକୁ କୁହାଯାଇଛି । ଏଥିପାଇଁ ସେମାନଙ୍କୁ କ୍ଷତିପୂରଣ ରାଶି ଦିଆଯାଉଛି । ଯଦି ସଂକ୍ରମିତ କୁକୁଡ଼ା ବାହାରକୁ ଛଡ଼ା ଯାଏ ତେବେ ସଂକ୍ରମଣ ବଢିବା ଆଶଙ୍କା ରହିଛି ।

Leave A Reply

Your email address will not be published.