pakka

ସୋନପୁର ସହରରେ ଓସାରିଆ ରାସ୍ତା ନିର୍ମାଣ ପାଇଁ ଜନ ଶୁଣାଣି

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହାନଦୀ ପୋଲଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଘଉଊଝ ଌ ଝଗ୍ଧବକ୍ସ ଭୁବନେଶ୍ୱର ଆନୁକୁଲ୍ୟରେ ପ୍ରଭାବିତ ପ୍ରଜାମାନଙ୍କ ହରାଉ ଥିବା ଜମି ମୂଲ୍ୟର କ୍ଷୟକ୍ଷତି ତଥା ସାମାଜିକ ଆକଳନ କରିବା ପାଇଁ ଏହି ସଭା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ୍ ମିଞ୍ଜ୍‌ଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଘଉଊଝ ଌ ଝଗ୍ଧବକ୍ସର ଅଧିକାରୀମାନେ ସୋନପୁର ସହରର ୟୁନିଟ୍ ୧, ୨, ୩ରେ ଏଥିପାଇଁ ସର୍ଭେ କରିଥିଲେ ଓ ଏହାର ବିଷଦ ବିବରଣୀ ପାଠ କରିଥିଲେ । ଏଥିରେ ସର୍ବସମ୍ମତି କ୍ରମେ ପ୍ରକାଶ ପାଇଥିଲାଯେ ଚଉଡା ରାସ୍ତା ହେବା ଦ୍ଵାରା ଭାରିଯାନର ଚଳାଚଳ ବଢିବ, ପ୍ରଦୂଷଣ ବଢିବ, ଦୁର୍ଘଟଣା ବୃଦ୍ଧି ପାଇବ ଏବଂ ରାସ୍ତା ଶୀଘ୍ର ଖରାପ ହେବ । କିନ୍ତୁ ଏହାର ସକାରାତ୍ମକ ଦିଗଟି ହେଲା ଏହାଦ୍ୱାରା ସହରରେ ଯାତାୟତର ସୁବିଧା ବଢିବ, ବ୍ୟବସାୟରେ ଉନ୍ନତି ହେବ ଏବଂ ରୋଜଗାର ବଢିବ । କ୍ଷତିଗ୍ରସ୍ତ ପରିବାରକୁ ସ୍ଵରୋଜଗାର ପାଇଁ ବ୍ୟାଙ୍କ ଋଣ ଯୋଗାଇ ଦେବା ସହିତ ପରିବାରର ଇଚ୍ଛୁକ ସଦସ୍ୟମାନଙ୍କୁ ଧନ୍ଦା ମୂଳକ ଶିକ୍ଷା ଓ ଉଦ୍ୟୋଗ ତାଲିମ ମାଧ୍ୟମରେ ସ୍ୱାବଲମ୍ବୀ କରାଯିବ । ବେଞ୍ଚ ମାର୍କ ମୂଲ୍ୟ ହିସାବରେ ଜମିର ସଠିକ କ୍ଷତିପୂରଣ ଦିଆଯିବ । କେତେକ ପ୍ରଜା ରାସ୍ତାର ଓସାର ୬୬ ଫୁଟ ବଦଳରେ ୫୦ ଫୁଟ ଏବଂ ନାଳର ଓସାର ୪ ଫୁଟ ଜାଗାରେ ୨ ଫୁଟ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ । ଗୋଟିଏ ସୌହାର୍ଦ୍ଦ୍ୟ ପୁର୍ଣ୍ଣ ପରିବେଶରେ ୪୭ ଜଣ ପ୍ରଭାବିତ ପ୍ରଜା ସେମାନଙ୍କ ସମସ୍ୟା ସମ୍ବନ୍ଧରେ ଅଧିକାରୀମାନଙ୍କୁ ଜଣାଇ ଥିଲେ । ସୋନପୁର ତହସିଲଦାର ନବୀନ କିଶୋର ପାଢୀ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଲେ ପ୍ରଶାସନ ସମ୍ବେଦନଶୀଳ ହୋଇ ପ୍ରତିଟି କେସ୍‌କୁ ବିଚାରକୁ ନେଇ ଆବଶ୍ୟକ ପଦକ୍ଷେପ ନେବ । ନିଜର ତଥା ସହରର ବିକାଶ ପାଇଁ ସମସ୍ତେ ଆଗଭର ହୋଇ ପ୍ରକଳ୍ପକୁ ସହଯୋଗ କରିବା ଉଚିତ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମିଞ୍ଜ୍ କହିଲେ ବର୍ତ୍ତମାନର ରାସ୍ତା ଅତିଶୟ ସଂକୀର୍ଣ୍ଣ ଓ ଜନଗହଳି ହୋଇ ଖରାପ ହୋଇଯାଇଛି । ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ଏହାକୁ ସମସ୍ତେ ସମର୍ଥନ କଲେ ଅତିଶୀଘ୍ର ରାସ୍ତା କାମ ହୋଇ ପାରିବ ଓ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆଜିକାର ଏଇ ଜନ ଶୁଣାଣିରେ ଜମି ଅଧିଗ୍ରହଣ ଅଧିକାରୀ ଅଭିଳାଷ ପୁରୋହିତ, ଖଦାଳ ପାତ୍ର ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ ମୁଖ୍ୟ ସହାୟକ ରବିନ୍ଦ୍ର ଶତପଥୀ ଓ ମମତା ଦୀପ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

four + eleven =