csstore

ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସମ୍ମାନିତ ହେଲେ ସୁଜିତ କୁମାର ଶତପଥୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ସୁନାମଧନ୍ୟ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଦ୍ଵାରା ଆୟୋଜିତ ଅନୁଷ୍ଠାନର ୧୮ତମ ବାର୍ଷିକ ଉତ୍ସବ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବରେ ପଦ୍ମପୁର ନିବାସୀ ଡ. ସୁଜିତ କୁମାର ଶତପଥୀଙ୍କୁ ତାଙ୍କର ଉଲ୍ଲେଖନୀୟ ସମାଜସେବା ପାଇଁ ଜନକଲ୍ୟାଣ ସେବା ଟ୍ରଷ୍ଟ ତରଫରୁ ସଙ୍ଗଠନର ପ୍ରତିଷ୍ଠାତା ମୁକୁନ୍ଦ ଦାଶ, ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ବନମାଳୀ ବରିହା, ଆଇନଜୀବୀ ଶ୍ୟାମସୁନ୍ଦର ଅଗ୍ରୱାଲଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି ତଥା ଉତ୍ସବର ମୁଖ୍ୟ ଅତିଥି ବିଜୁ ମହିଳା ଦଳ ସଭାନେତ୍ରୀ ତଥା ବିଧାୟିକା ଅତାବିରା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ କର କମଳରେ ତାଙ୍କୁ ଉତ୍ତରୀୟ ଏବଂ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଛି । ଡ. ସୁଜିତ କୁମାର ଶତପଥୀ ପେଶାରେ ଜଣେ ପ୍ରାଣୀ ଚିକିତ୍ସକ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ଜନହିତକର କାର୍ଯ୍ୟ, ଦାଦନ ଦୂରୀକରଣ, ପରିବେଶ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟକରି ଅତୀତରେ ବିଭିନ୍ନ ସଂସ୍ଥା ଦ୍ଵାରା ତଥା ଓଡ଼ିଶା ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗଠାରୁ “ପ୍ରକୃତିବନ୍ଧୁ ୨୦୨୩” ସମ୍ମାନ ମଧ୍ୟ ପାଇଛନ୍ତି । ତାଙ୍କର କାର୍ଯ୍ୟଦକ୍ଷତା ତଥା ପ୍ରତିଭା ପାଇଁ ଡ. ଶତପଥୀ ଅଞ୍ଚଳରେ ସର୍ବଦା ଲୋକାଦୃତ ହୋଇ ଆସିଛନ୍ତି ।

jayashree
Leave A Reply

Your email address will not be published.