ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସ୍ଥିତ ଟ୍ୟାନେରୀ ନିକଟରେ ଏକ ୩୫ ଡିସିମିଲ ଜମିରୁ ୧୫ ଡିସିମିଲ ଜମି ଜଣେ ବ୍ୟକ୍ତି ତିନି ଜନ ବ୍ୟକ୍ତିଙ୍କୁ ବିକ୍ରି କରିଛି । ଏହା ବିରୋଧରେ ଜମିର ପ୍ରକୃତ ମାଲିକର ପୁଅ ଅଭିଯୋଗ ଆଣିଛନ୍ତି । ଟ୍ୟାନେରୀ ନିକଟରେ ବାଘୁଆ ଗଣ୍ଡା ନାମକ ଜଣେ ବ୍ୟକ୍ତି ୧୯୫୦ ମସିହାରୁ ୩୫ ଡିସିମିଲ ଜମି ଅଧିକାର କରି ରଖିଥିଲେ । ତାଙ୍କ ନାମରେ ଜମିର ପଟ୍ଟା ଅଛି ଓ ସେ ଖଜଣା ମଧ୍ୟ ଭାରି ଆସୁଥିଲେ ଓ ତାଙ୍କ ମୃତ୍ୟୁ ପରେ ତାଙ୍କ ପୌଷ୍ୟ ପୁତ୍ର ବୈକୁଣ୍ଠ ସୁନା ସେହି ସ୍ଥାନର ଖଜଣା ପୈଠ କରି ଆସୁଛନ୍ତି ।
ବୈକୁଣ୍ଠ ସୁନା ପରିବାର ପ୍ରତିପୋଷଣ ପାଇଁ ବଲାଙ୍ଗିର ସ୍ଥିତ ହାତୀଶାଲ୍ ପଡାରେ ଅସ୍ଥାୟୀ ଭାବେ ରହୁଛନ୍ତି । କିନ୍ତୁ ତାଙ୍କ ଅନୁପସ୍ଥିତିରେ ଟଙ୍କ ହରପାଲ୍ ନାମକ ବ୍ୟକ୍ତି ତିନି ଜଣ ଲୋକଙ୍କୁ ୫ ଡିସିମିଲ ଲେଖାଏଁ ଜମି ବିକ୍ରି କରି ପଟ୍ଟା ମଧ୍ୟ ପ୍ରସ୍ତୁତ କରି ଦେଇଛି । ବାଘୁଆ ଗଣ୍ଡାଙ୍କ ପରିବାର ସଦସ୍ୟ କେହି ନାହାନ୍ତି ଓ ସେ ନିଃସନ୍ତାନ ବୋଲି ଦର୍ଶାଇ ଟଙ୍କ ହରପାଲ ଆର୍ଆଇ କାର୍ୟ୍ୟାଳୟ ଓ ତହସିଲ କାର୍ୟ୍ୟାଳୟର କିଛି ଅଧିକାରୀଙ୍କ ସହ ମିଶି ବିଭିନ୍ନ ଜାଲିଆତି କାଗଜ ପତ୍ର ତିଆରି କରି ବିକ୍ରି କରିଥିବା ପ୍ରକୃତ ଜମି ମାଲିକଙ୍କ ପୁଅ ଅଭିଯୋଗ କରିଛନ୍ତି । ଏହି ଘଟଣାର ସମାଧାନ କରି ନିଜ ଜମି ଫେରି ପାଇବାକୁ ନେଇ ଓ ଜାଲିଆତି କାର୍ୟ୍ୟରେ ସାମିଲ୍ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୈକୁଣ୍ଠ ସୁନା ଆଜି ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ନିକଟରେ ଏକ ଦାବୀପତ୍ର ଦେଇ ଦୃଷ୍ଟି ଆକର୍ଷଣ କରିଛନ୍ତି । ଉପଜିଲ୍ଲାପାଳ ତଦନ୍ତ କରି ଶୀଘ୍ର ସମାଧାନ କରିବାକୁ ଆଶ୍ୱାସନା ଦେଇଥିବା କହିଛନ୍ତି ।