ପଦ୍ମପୁରରେ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର କାର୍ଯ୍ୟକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଦେଶରେ କେନ୍ଦ୍ର ସରକାର ସୁଲଭ ମୂଲ୍ୟରେ ଜନସାଧାରଣଙ୍କୁ ଔଷଧ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ଏବଂ ବ୍ୟବସ୍ଥା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଜନଷୌଧି କେନ୍ଦ୍ର ବର୍ତ୍ତମାନ ଏକ ସବୁଠୁ ବଡ଼ ସୁବିଧା ହିସାବରେ ସରକାରଙ୍କ ତରଫରୁ ଜନସାଧାରଣଙ୍କ ପାଇଁ ଭେଟି ହୋଇଛି । ଏ ନେଇ ପଦ୍ମପୁର ନେହେରୁଗଳି ଛକ ନିକଟରେ ନୂତନ ଉଦ୍ଘାଟିତ ପ୍ରଧାନମନ୍ତ୍ରୀ ଜନଷୌଧି କେନ୍ଦ୍ର ପଦ୍ମପୁର ସାଧାରଣ ଜନତାଙ୍କ ହିତସାଧନରେ ସହଯୋଗୀ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ବେଳେ ବାହାରେ ମିଳୁଥିବା ବିଭିନ୍ନ ଔଷଧ ଏହି ଜନ ଔଷଧି କେନ୍ଦ୍ରରେ ବାହାର ଅପେକ୍ଷା ବହୁତ କମ ମୂଲ୍ୟରେ ଉପଲବ୍ଧ ହେଉଛି । ଅନ୍ୟପଟେ ଏହି କେନ୍ଦ୍ରରେ ଚିକିତ୍ସକ ଭାବରେ ଡା. ସତ୍ୟବ୍ରତ ଚୌହାନଙ୍କୁ ପ୍ରତିଦିନ ସନ୍ଧ୍ୟାରେ ରୋଗୀଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ରହିଥିବା ବେଳେ ସେ ତାଙ୍କର ଫି ବାବଦକୁ ଥିବା ଟଙ୍କାର ୪୦% ରାଶି ଅନୁଦାନ ରୂପରେ ବିଭିନ୍ନ ସଂସ୍ଥାମାନଙ୍କୁ ଦେଶର ବିକାଶ ପାଇଁ ଦେବେ ବୋଲି କହିଛନ୍ତି । ଏହା ଭବିଷ୍ୟତରେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ ପଦକ୍ଷେପ ରୂପେ ଉଲ୍ଲେଖ ରହିବ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.